ଲୋକସଭାରେ ଆଗତ ହେଲା ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍। କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ବିଲକୁ ଆଗତ କରିବା ପରେ ଆଲୋଚନା ଆରମ୍ଭ ହୋଇଛି।

ବିଲ୍‌କୁ ନେଇ ଆଜି ଭୋଟିଂ ମଧ୍ୟ ହୋଇପାରେ। ଏନେଇ ବିଜେପି ନିଜ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି। ଗୃହରେ ଉପସ୍ଥିତ ରହିବା ପାଇଁ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି।

କଂଗ୍ରେସ ମଧ୍ୟ ହ୍ୱିପ୍ ଜାରି କରିଛି। ତେବେ ଅଧିକ ଅଧ୍ୟୟନ ପାଇଁ ଏହି ବିଲ୍‌କୁ ଯୁଗ୍ମ ସଂସଦୀୟ ଚୟନ କମିଟିକୁ ପଠାଇବା ଲାଗି କଂଗ୍ରେସ ଦାବି କରିଛି। ତତ୍‌କ୍ଷଣାତ୍‌ ଟ୍ରିପଲ୍ ତଲାକ ଉପରେ ରୋକ୍ ଲଗାଇ ସରକାର ଗତ ସେପ୍ଟେମ୍ବରରେ ଅଧ୍ୟାଦେଶ ଆଣିଥିଲେ। ତେବେ ଏହାକୁ ଆଇନରେ ପରିଣତ କରିବା ପାଇଁ ଚଳିତ ଅଧିବେଶନରେ ପ୍ରୟାସ କରିବେ ସରକାର।

 

You might also like