ହାଥରସ୍ ଯାଉଥିଲେ ଟିଏମସି ବରିଷ୍ଠ ସାଂସଦ, ପୋଲିସ ଧକ୍କାରେ ତଳେ ପଡିଗଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପରେ ମୃତ ପୀଡ଼ିତାଙ୍କ ଘରକୁ ଯିବା ବେଳେ ପୋଲିସ ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଟିଏମ‌ସିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେରେକ ଓବ୍ରାଏନ୍ ତଳେ ପଡ଼ି ଯାଇଥିଲେ । ଯୁଗ୍ମ ମାଜିଷ୍ଟ୍ରେଟ୍ ପ୍ରେମ ପ୍ରକାଶ ମିନା ନିଜେ ଦେରେକଙ୍କୁ ଏପରି ଧକ୍କା ଦେଇଥିବା ଅଭିଯୋଗ କରିଛି ଟିଏମ୍‌ସି।

ଟିଏମ୍‌ସିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ୟୁପି ପୋଲିସ ପ୍ରଶାସନ। ଏହା ପରେ ଉତ୍ତେଜନା ବ଼ଢ଼ିଥିଲା ଏବଂ ଠେଲାଠେଲିରେ ତଳେ ପଡ଼ି ଯାଇଥିଲେ ଦେରେକ। ଦେରେକଙ୍କ ସହିତ କାକୋଲି ଘୋଷ ଦସ୍ତିଦାର, ପ୍ରତିମା ମଣ୍ଡଳ ଓ ପୂର୍ବତନ ସାଂସଦ ମମତା ଠାକୁର ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ଯାଉଥିଲେ।

ଶାନ୍ତିପୂର୍ଣ୍ଣ ଭାବେ ସେମାନେ ଯାଉଥିଲେ ମଧ୍ୟ ପୋଲିସ କାହିଁକି ଅଟକାଇଥିଲା ? ୟୁପିରେ କଣ ଜଙ୍ଗଲରାଜ୍ ଚାଲିଛି କି ବୋଲି ପ୍ରଶ୍ନ କରିଛି ଟିଏମସି।  ଏହି ଘଟଣା ନେଇ ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଦେଇଥିଲେ।

ସୂଚନାଥାଉ କି, ଗତକାଲି ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳିଥିଲା । ପୋଲିସ ସହିତ ଧସ୍ତାଧସ୍ତି ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତଳେ ପଡ଼ି ଯାଇଥିଲେ। ୟୁପି ପୋଲିସ ଜାଣିଶୁଣି ତାଙ୍କୁ ଏପରି ଠେଲାଠେଲି କରିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହାର ପ୍ରତିବାଦରେ ଗତକାଲିଠାରୁ ଦେଶର ବିଭିନ୍ନ ସ୍ଥାନରେ ମୋଦି ଓ ଯୋଗୀଙ୍କ ବିରୋଧରେ କଂଗ୍ରେସ ବିକ୍ଷୋଭ କରୁଛି ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like