ପ୍ରେମରୁ ଆରମ୍ଭ ବିବାହରେ ଶେଷ । ମନ ସହ ମନର ମିଳିନ, ପରେ ପରିବାରର ସହମତି । ଆଉ ଏବେ ତ୍ରିକୋଣୀୟ ପ୍ରେମକାହାଣୀର ସଫଳ ଅନ୍ତ । ସତ ହେଲା ନିଆରା ପ୍ରେମକାହଣୀ । ଦୁଇ ଯୁବତୀଙ୍କୁ ପ୍ରେମ କରିବା ପରେ ଗୋଟିଏ ବେଦୀରେ ବିବାହ କଲେ ଆଦିବାସୀ ଯୁବକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିନି ପରିବାରର ସହମତି କ୍ରମେ ଧୁମଧାମରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଆଦିଲାବାଦ ଜିଲ୍ଲାର ଘନପୁର ଗାଁରେ ଏପରି ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି ।

ଘନପୁର ଗାଁର ଅର୍ଜୁନ ଶିକ୍ଷକ ତାଲିମ ସମାପ୍ତ କରିବା ପରେ ଚାକିରି ଅନ୍ୱେଷଣରେ ଥିଲେ । ଆଉ ଏହାରି ମଧ୍ୟରେ ଦୁଇ ଯୁବତୀଙ୍କ ସହ ଅର୍ଜୁନଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କୁ ଚାରି ବର୍ଷ ଡେଟ୍ କରିଥିଲେ ଅର୍ଜୁନ୍ । ହେଲେ ଦୁଇ ଯୁବତୀ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜଣା ଥିଲେ । ବେଶ କିଛି ବର୍ଷର ପ୍ରେମ ସମ୍ପର୍କ ଚାଲିବା ପରେ ପ୍ରେମକୁ ନାମ ଦେବାକୁ ଚିନ୍ତା କରିଥିଲେ ଅର୍ଜୁନ୍ । ପରିବାର ଲୋକଙ୍କ କହିବା ଅନୁସାରେ ଅର୍ଜୁନ ଉଭୟଙ୍କ ସହ ଥିବା ପ୍ରେମ ସମ୍ପର୍କକୁ ସ୍ୱୀକାର କରି ଏକ ମାସ ପୂର୍ବରୁ ଦୁଇ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏକଥା ଶୁଣିବା ଉଷରାଣୀ ଏବଂ ସୂର୍ଯ୍ୟକଳା ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ । ଆଉ ତାପରେ ରାତିନି ପରିବାର ବିବାହ କରାଇବା ପାଇଁ ଅନୁମତି ଦେଇଥିଲେ ।

ଜୁନ ୧୪ରେ ଦୁଇ ଯୁବତୀଙ୍କୁ ଖୁବ ଧୁମଧାମରେ ଗୋଟିଏ ବିବାହ ବେଦୀରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ଅର୍ଜୁନ୍ । ଏହି ବିବାହ ଉତ୍ସବରେ ଆଦିବାସୀ ସମ୍ପ୍ରଦାୟର ଅନେକ ଲୋକ ସାମିଲ ହୋଇଥିଲେ । ପାରମ୍ପାରିକ ପୋଷାକ ପିନ୍ଧି ବର ଏବଂ ଦୁଇ କନ୍ୟା ଆଦିବାସୀ ରୀତିନୀତି ବିବାହ କରିଛନ୍ତି । ତେବେ ଏ ବିବାହ ସମ୍ପର୍କରେ ଆଦିବାସୀ ସମ୍ପ୍ରଦାୟର ଜଣେ ସରଦାର କହିଛନ୍ତି, କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ଏପରି ବିବାହକୁ ଅନୁମତି ରହିଛି । ଏଥିରେ କୌଣସି ଅସୁବିଧା ନାହିଁ କିମ୍ବା ଏପରି ଘଟଣା ଏହା ପ୍ରଥମ ନୁହଁ।

Other Stories