ଉତ୍ତର ଭାରତରେ ଭୂମିକମ୍ପର ଝଟ୍‌କା

ଭୂମିକମ୍ପ ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରିଲା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଭୂମିକମ୍ପ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି।  ସକାଳ ୬ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରି ଉଠିଥିଲା। ଏଥିସହ ହରିଅାଣାର କିଛି ଅଂଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି।

ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଗତକାଲି ଅପରାହ୍ଣରେ ହରିଅାଣାର ଝାଝର ଜିଲ୍ଲାରେ ମଧ୍ୟ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଥିଲା।

You might also like