ଶପଥ ନେଉ ନେଉ ଆକ୍ସନରେ ଦିଦି

ସଂକ୍ରମଣ ବଢ଼ୁଥିବାରୁ କଟକଣା କଡ଼ାକଡ଼ି, ପଶ୍ଚିମବଙ୍ଗ ଯାଉଥିବା ରେଳଯାତ୍ରୀଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ପଶ୍ଚିମବଙ୍ଗ ସରକାର ପଦକ୍ଷେପ ନେଇଛନ୍ତି । ଗତକାଲି ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଉ ନେଉ ପଶ୍ଚିମବଙ୍ଗକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି । ରାଜ୍ୟକୁ ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ରେଳଯାତ୍ରୀଙ୍କ ପାଇଁ ଜଞଚଉଜ ନେଗେଟିଭ୍ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।

ପଶ୍ଚିମବଙ୍ଗ ଅଭିମୁଖେ ଆସୁଥିବା ଟ୍ରେନରେ ବସିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ୍ ରିପୋର୍ଟ ସାଙ୍ଗରେ ଧରି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ଏ ନିଷ୍ପତ୍ତି ସଂପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଜଣାଇ ଦିଆଯାଇଛି । ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ପୁରୀ-ହାଓଡ଼ା ସ୍ପେଶାଲ, ପୁରୀ-ହାଓଡ଼ା ଦୁରନ୍ତ, ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ ଓ ସମ୍ବଲପୁର-ହାଓଡ଼ା ସ୍ପେଶାଲ ଟ୍ରେନରେ ଯାଉଥିବା ଯାତ୍ରୀମାନଙ୍କୁ ଜଞଚଉଜ ରିପୋର୍ଟ ଆଣିବାକୁ କୁହାଯାଇଛି ।

ସେପଟେ ଦେଶରେ ଉଦବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ । ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । କର୍ଣ୍ଣାଟକରେ ଦିନକରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୫୦ ହଜାରରୁ ଅଧିକ କରୋନା ପଜିଟିଭ୍ । ୨୪ ଘଣ୍ଟାରେ କର୍ଣ୍ଣାଟକରୁ ଆସିଛି ୫୦ ହଜାର ୧୧୨ ପଜିଟିଭ୍ କେସ୍ । କରୋନା ସଂକ୍ରମଣ ହେବାଠୁ ଏହା କର୍ଣ୍ଣାଟକ ପାଇଁ ସର୍ବକାଳୀନ ରେକର୍ଡ । ସେହିପରି କର୍ଣ୍ଣାଟକରେ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୩୪୬ ଜଣ । ସଂକ୍ରମଣ ଗ୍ରାଫ୍କୁ ନଜର କଲେ ପ୍ରଥମ ଥର ଲାଗି କର୍ଣ୍ଣାଟକରେ ୫୦ ହଜାର ଟପିଛି ଦୈନିକ ସଂକ୍ରମଣ । ପୂର୍ବରୁ ଏପ୍ରିଲ ୩୦ରେ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା ସର୍ବାଧିକ ୪୮ ହଜାର ୨୯୬ ପଜିଟିଭ୍ କେସ୍ ।

ସେହିପରି ମହାରାଷ୍ଟ୍ରରେ ସବଠୁ ଗମ୍ଭୀର ରହିଛି କରୋନା ସ୍ଥିତି । ମହାରାଷ୍ଟ୍ରରେ ଦିନକରେ ୯୨୦ ଜଣଙ୍କ ଜୀବନ ନେଇଛି କରୋନା । ଏଥିସହ ୨୪ ଘଣ୍ଟାରେ ୫୭ ହଜାରରୁ ଅଧିକ କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି । କେବଳ ମୁମ୍ବାଇରେ ୩ ହଜାର ୮୭୯ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ କରୋନାରେ ପ୍ରାଣ ହରାଇଛନ୍ତି ୭୭ ଜଣ । ସେହିପରି ପୁଣେରେ ୨୪ ଘଣ୍ଟାରେ ୯ ହଜାର ୮୪ ପଜିଟିଭ୍ ବାହାରିବା ସହ ୯୩ ଜଣଙ୍କ ମୃତ୍ୟୁ ଘଟିଛି । ସବୁଠୁ ଚିନ୍ତାର ବିଷୟ ମହାରାଷ୍ଟ୍ରରେ ଏବେ ୬ ଲକ୍ଷ ୪୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।

You might also like