ଫେଷ୍ଟିଭାଲ୍‌ ସିଜନ୍‌ରେ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨ଟି ସ୍ପେଶାଲ୍‌ ସ୍କିମ୍‌ ଘୋଷଣା କରିଛନ୍ତି। ଗୋଟିଏ ହେଲା-Leave Travel Concession ସମ୍ବନ୍ଧୀୟ କ୍ୟାସ୍‌ ଭାଉଚର୍‌ ଓ ଅନ୍ୟଟି ହେଲା-ଫେଷ୍ଟିଭାଲ୍‌‌ ଆଡଭାନ୍ସ।

ବିନା ସୁଧରେ ୧୦ ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ନେଇ ପାରିବେ କର୍ମଚାରୀ। ଏହି ଟଙ୍କା ୧୦ଟି କିସ୍ତିରେ ପଇଠ କରିବାକୁ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକକାଳୀନ ଫେଷ୍ଟିଭାଲ ଆଡଭାନ୍ସ ଦେବା ଦ୍ୱାରା ୪ ହଜାର କୋଟି ଖର୍ଚ୍ଚହେବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଫାଇଦା ଉଠାଇବା ସହ ପବ୍ଲିକ୍‌ ସେକ୍ଟର କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଏହି ସ୍କିମ୍‌ର ଫାଇଦା ଉଠାଇପାରିବେ। ଆସନ୍ତା ମାର୍ଚ୍ଚ ୩୧ ଯାଏ ଏହି ସ୍କିମ୍‌ର ବୈଧତା ରହିଛି।

ଏହାଛଡ଼ା କ୍ୟାପିଟାଲ୍‌ ପ୍ରୋଜେକ୍ଟ ଉପରେ ଖର୍ଚ୍ଚ କରିବା ପାଇଁ ରାଜ୍ୟ ଗୁଡ଼ିକୁ ୧୨ ହଜାର କୋଟି ଟଙ୍କାରେ ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ଦେବାକୁ ଘୋଷଣା କରାଯାଇଛି।

 

 

You might also like