ଆଜିଠୁ ଟ୍ରେନ୍‌ ଟିକେଟ୍‌ ରିଜର୍ଭେସନ୍‌ ନିୟମରେ ପରିବର୍ତ୍ତନ, ଜାଣନ୍ତୁ କ’ଣ ଏହି ନିୟମ…

ନୂଆଦିଲ୍ଲୀ: ଆଜିଠୁ ଟ୍ରେନ୍‌ ଟିକେଟ୍‌ ରିଜର୍ଭେସନ୍‌ ‌ ନିୟମରେ ପରିବର୍ତ୍ତନ ହୋଇଛି। ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍‌ ୩୦ ମିନିଟ୍‌ରୁ ୫ମିନିଟ୍‌‌ ମଧ୍ୟରେ ମଧ୍ୟ ଟିକେଟ୍‌ ବୁକ୍‌ କରିହେବ। ଆଜିଠୁ ରିର୍ଜଭେସନ୍ ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହୋଇଛି। ଏହି ନିୟମ ପୂର୍ବରୁ ମଧ୍ୟ ଥିଲା। ହେଲେ କରୋନା ମହାମାରୀ ସମୟରେ ଏହା ସମ୍ଭବପର ହେଉ ନ ଥିଲା। ହେଲେ ପୁଣିଥରେ ଏହି ନିୟମ ଆଜିଠୁ ଲାଗୁ ହୋଇଛି।

ରେଲ୍‌ୱେର କହିବା ମୁତାବକ ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲି ପଡୁଥିଲା। କିଛି ଯାତ୍ରୀ ସେମାନଙ୍କର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରୁଥିବା ବେଳେ ଆଉ କିଛି ଯାତ୍ରୀ ଅନ୍ୟ କୌଣସି କାରଣରୁ ସେମାନଙ୍କ ଯାତ୍ରାକୁ ସ୍ଥଗିତ କରି ଦେଉଥିଲେ। ଫଳରେ ଏହି ସବୁ ସିଟ୍‌ ଖାଲି ପଡ଼ୁଥିଲା। ତେଣୁ ଜରୁରୀ ଥିବା ଯାତ୍ରୀଙ୍କ ଯାତ୍ରା ନିମନ୍ତେ ଖାଲି ପଡ଼ିଥିବା ଏହି ସିଟ୍‌ ପୂରଣ କରିବା ପାଇଁ ଯାତ୍ରୀମାନଙ୍କୁ ରିଜର୍ଭେସନ୍‌ ‌ ମିଳିପାରିବ। ଏଥିପାଇଁ ରେଲ୍‌ୱେ ୨ଟି ରିର୍ଜଭେସନ୍‌ ଚାର୍ଟ ପ୍ରସ୍ତୁତ କରିଛି।

ଅର୍ଥାତ୍‌ ରିଜର୍ଭେସନ୍‌ର ପ୍ରଥମ ଚାର୍ଟ ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ। ସେହିପରି ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍‌ ୩୦ ମିନିଟ୍‌ରୁ ୫ ମିନିଟ୍‌ ମଧ୍ୟରେ ୨ୟ ରିଜର୍ଭେସନ୍‌ ‌ ଚାର୍ଟ ପ୍ରସ୍ତୁତ କରାଯିବ।  ଏଥିରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ଜରୁରୀ ଥିବା ଯାତ୍ରୀମାନେ ଅନ୍‌ଲାଇନ୍‌ କିମ୍ବା କାଉଣ୍ଟରରେ ଟିକେଟ୍ ବୁକିଂ କରି ଯାତ୍ରା କରିପାରିବେ।

କରୋନା ପାଇଁ ମାର୍ଚ୍ଚ ମାସରୁ ରେଳ ଚଳାଚଳ ବନ୍ଦ ଥିଲା। ପରେ ପରେ କଟକଣା ନିୟମ ଭିତରେ ମେ’ ପହିଲାରୁ କିଛି ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା। ଏହାଛଡ଼ା ଦୁର୍ଗା ପୂଜା ପାଇଁ ଅକ୍ଟୋବର ୧୫ରୁ ନଭେମ୍ବର ୩୦ ମଧ୍ୟରେ ୨୦୦ରୁ ଅଧିକ ଟ୍ରେନ୍‌ ଚଲାଇବାକୁ ରେଲ୍‌ୱେ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like