୩୫ କି.ମି. ପଛୁଆ ଗଡ଼ିଲା ଟ୍ରେନ୍, ତା’ପରେ…
ଟନକପୁର: ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ିଲା ଟ୍ରେନ୍। ଶେଷରେ ଟ୍ରେନ୍କୁ ଅଟକା ଯାଇଥିଲା। ଉତ୍ତରାଖଣ୍ଡର ଟନକପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀରୁ ଟନକପୁର ଅଭିମୁଖେ ଯାତ୍ରା କରୁଥିବା ପୂର୍ଣ୍ଣାଗିରି ଜନ ଶତାବ୍ଦୀ ଏକ୍ସପ୍ରେସ୍ ବୁଧବାର ପାଖାପାଖି ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ୁଥିବା ଦେଖିବାକୁ ମିଳିଥିଲା। ଶେଷରେ ଟ୍ରେନ୍କୁ ଉଧମ ନଗରର ଖତିମା ଷ୍ଟେସନରେ ଅଟକା ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ।
ମିଳିଥିବା ସୂଚନା ଅନୁସାରେ, ଏକ ଗାଈ ଟ୍ରେନ୍ ସାମ୍ନାକୁ ଚାଲି ଆସିଥିଲା। ଫଳରେ ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇ ଗାଈକୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ଟ୍ରେନ୍ଟି ପଛୁଆ ଗଡ଼ିଥିଲା। ଏହି ସମୟରେ ଟ୍ରେନ୍ରେ ଯାତ୍ରୀ ଥିଲେ। ଟ୍ରେନ୍ଟି ପଛୁଆ ଗଡ଼ୁଥିବା ଜଣାପଡ଼ିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। ଶେଷରେ ଟ୍ରେନ୍କୁ ଉଧମ ନଗରର ଖତିମା ଷ୍ଟେସନରେ ଅଟକା ଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
ଘଟଣାକୁ ନେଇ ଚମ୍ପାୱତ୍ ପୋଲିସ୍ ଅଧୀକ୍ଷକ ଲୋକେଶ୍ୱର ସିଂ କହିଛନ୍ତି, ‘ଗାଈଟି ଟ୍ରେନ୍ ସାମ୍ନାକୁ ଆସି ଯିବା ଯୋଗୁ ଗାଈଟିକୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ମାରିବା ଫଳରେ ଟ୍ରେନ୍ଟି ପଛୁଆ ପଛୁଆ ଗଡ଼ିଥିଲା।’
ଅନ୍ୟପକ୍ଷରେ, ଏହି ଘଟଣାରେ ଲୋକୋ ପାଇଲଟ୍ ଓ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି।
#WATCH | Purnagiri Jansatabdi train runs backwards due to cattle run over b/w Khatima-Tanakpur section in Uttarakhand. Incident happened earlier today.
There was no derailment & passengers were transported to Tanakpur safely. Loco Pilot & Guard suspended: North Eastern Railway pic.twitter.com/808nBxgxsa
— ANI (@ANI) March 17, 2021
ଶନିବାର ଦିନ ନୂଆଦିଲ୍ଲୀରୁ ଡେରାଡୁନ୍ ଅଭିମୁଖେ ଯାତ୍ରା କରୁଥିବା ଶତାବ୍ଦୀ ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିଲା। ରାଜାଜୀ ଟାଇଗର ରିଜର୍ଭର କନ୍ସାର୍ ରେଞ୍ଜ ନିକଟରେ ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିଲା। ତେବେ ଟ୍ରେନ୍ରେ ଯାତ୍ରା କରୁଥିବା ୩୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।