ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରମିକମାନେ ଯେଉଁ ସ୍ଥାନରେ ଥିବେ ସେଇ ରାଜ୍ୟର ସରକାର ସେମାନଙ୍କ ପଞ୍ଜୀକରଣ କରିବା ସହ ଟ୍ରେନ୍ କିମ୍ବା ବସ୍‌ରେ ବସାଇବେ। ତା ସହିତ ସେମାନଙ୍କ ଲାଗି ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିବେ। ଏଥିସହିତ ରେଳବାଇ ଶ୍ରମିକମାନଙ୍କଠାରୁ ଭଡ଼ା ଦାବି କରିବ ନାହିଁ ଓ ଯାତ୍ରା ସମୟରେ ଖାଦ୍ୟ ପାନୀୟ ବି ଯୋଗାଇ ଦେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Hours before taking up migrant workers issue, Supreme Court got ...

ସେହିପରି ପାଦରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ତୁରନ୍ତ ଆଶ୍ରୟ ଦେବା ଲାଗି କହିଛନ୍ତି ସର୍ବୋଚ୍ଚ ଅଦାଲତ। ସେମାନଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା କରିବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

A Vellore 'model' for Chennai migrant crisis- The New Indian Express

ଲକ୍‌ଡାଉ‌ନ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ପାଇଁ ମେ ୧ ତାରିଖରେ ରେଳବାଇ ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ବ୍ୟବସ୍ଥା କରିଥିଲା। ତେବେ ଶ୍ରମିକଙ୍କଠାରୁ ଭଡ଼ା ଆଦାୟଠୁ ଆରମ୍ଭ କରି ସେମାନଙ୍କୁ ଟ୍ରେନ୍‌ରେ ଖାଦ୍ୟପେୟ ଦିଆନଯିବା ଏବଂ ପ୍ରବଳ ଖରାରେ ଦୟନୀୟ ଅବସ୍ଥାରେ ନିଆଯାଉଥିବା ଅଭିଯୋଗକୁ ନେଇ ବିବାଦ ଦେଖାଦେଇଥିଲା।

The New Humanitarian | Can India end its coronavirus lockdown ...

ସେହିପରି ଯାତ୍ରା ସମୟରେ କିଛି ଶ୍ରମିକଙ୍କ ଅକାଳ ମୃତ୍ୟୁକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନିଜ ତରଫରୁ ମାମଲା ରୁଜୁ କରିବା ସହ ଶ୍ରମିକମାନଙ୍କ ଯାତ୍ରା ଲାଗି ସମସ୍ତ ଆନୁସଂଗିକ ବ୍ୟବସ୍ଥା କରିବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Bank Details Missing, Lakhs In UP and Gujarat Yet To Get Lockdown ...

 

You might also like