ଟ୍ରାକ୍ଟର ରାଲିରେ ଚାଷୀ-ପୁଲିସ ମୁହାଁମୁହିଁ, ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ
ନୂଆଦିଲ୍ଲୀ : ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ଦିଲ୍ଲୀ ପୋଲିସ। ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି । କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ତେବେ ମୁହାଁମୁହିଁ ସ୍ଥିତି ପରେ ପୋଲିସ ବର୍ତ୍ତମାନ ଚାଷୀଙ୍କୁ ତଡ଼ିବାରେ ସଫଳ ହୋଇଛି । କିନ୍ତୁ କୃଷକମାନେ ଆଇଟିଓରେ ଛିଡା ହୋଇଛନ୍ତି। ଗଣତନ୍ତ୍ର ଦିବସର ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କଡ଼ା ନଜର ରଖିଛନ୍ତି।
#WATCH Violence continues at ITO in central Delhi, tractors being driven by protestors deliberately try to run over police personnel pic.twitter.com/xKIrqANFP4
— ANI (@ANI) January 26, 2021
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନମାନେ ଆଜି ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରୁଛନ୍ତି। ରବିବାର ଆନ୍ଦଳନ ପାଇଁ ଅନୁମତି ମିଳିଥିଲା। ହେଲେ ପରେଡ ପୂର୍ବରୁ ମଙ୍ଗଳବାର ସକାଳୁ ହରିଆଣା ଏବଂ ଦିଲ୍ଲୀ ସିଂଘୁ ସୀମାରେ ଆନ୍ଦୋଳନରତ ୫୦୦୦ କୃଷକ ପୋଲିସ ବାରିକେଡ ଭାଙ୍ଗି ଦେଇଛନ୍ତି। ଦିଲ୍ଲୀ ନିକଟରେ ଟିକ୍ରୀ ସୀମାରେ ଲକ୍ଷାଧିକ ସଂଖ୍ୟାରେ ଚାଷୀମାନେ ଏକାଠି ହୋଇଛନ୍ତି। ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗର ଠାରେ କୃଷକମାନଙ୍କୁ ନିର୍ଦ୍ଧାରିତ ମାର୍ଗରୁ ଅନ୍ୟ ଏକ ମାର୍ଗରେ ଯିବା ବେଳେ ପୁଲିସ ଅଟକାଇଥିଲା। କିନ୍ତୁ କୃଷକମାନେ ପୁଲିସର କଥା ଶୁଣିନଥିଲେ। ଫଳରେ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସ ବାଧ୍ୟ ହୋଇ ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା।
ସେହିପରି ଏହାପୂର୍ବରୁ କୃଷକମାନେ ଆଜି ସାକଳୁ ସିଙ୍ଘୁ ଏବଂ ଟିକ୍ରି ସୀମାରେ ମଧ୍ୟ ବାରିକେଡ ଭାଙ୍ଗି ଥିବା ଦେଖିବାକୁ ମିଳିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍କୁ ବିରୋଧ କରି କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ବର୍ତ୍ତମାନ ଚାଷୀଙ୍କ ଆନ୍ଦୋଳନକୁ ୫୦ରୁ ଅଧିକ ଦିନ ହୋଇସାରିଲାଣି । କିନ୍ତୁ ଆନ୍ଦୋଳନର କୌଣସି ନିସ୍କର୍ଷ ବାହାରି ପାରିନାହିଁ ।
#WATCH Visuals from ITO in central Delhi as protesting farmers reach here after changing the route pic.twitter.com/4sEOF41mBg
— ANI (@ANI) January 26, 2021
ନିର୍ଦ୍ଧାରିତ ସମୟ ଅନୁସାରେ କୃଷକମାନେ ରାଲି ଆରମ୍ଭ କରିବା କଥା। ରୁଟ୍ ଅନୁସାରେ ବାଓ୍ଵନା ଆଡ଼କୁ ଅଗ୍ରସର ହେବା କଥା କିନ୍ତୁ, ସେମାନେ ଆଉଟର୍ ରିଙ୍ଗ୍ ରୋଡ୍ ଦେଇ ଯିବାକୁ ଜିଦି ଧରିଛନ୍ତି। ଫଳରେ ଏପରି ସ୍ଥିତି ଉପୁଜିଛି ବୋଲି କହିଛନ୍ ଜଣେ ବରିଷ୍ଠ ପୁଲିସ ଅଧିକାରୀ।
Police use tear gas shells to disperse the protesting farmers at ITO in central Delhi. #FarmersLaws pic.twitter.com/FiF68Q0cVM
— ANI (@ANI) January 26, 2021
#WATCH Protesting farmers reach ITO, break police barricades placed opposite Delhi Police headquarters #FarmLaws #RepublicDay pic.twitter.com/F9HPrNNZF4
— ANI (@ANI) January 26, 2021
ତେବ ରାଲିରେ କିଛି କୃଷକ ମୋଟର ସାଇକେଲ୍ ଚଢ଼ି ଆସୁଥିବା ବେଳେ ଅନ୍ୟ କେତେକ ଘୋଡ଼ାଗାଡ଼ି ଚଢ଼ି ଆସୁଛନ୍ତି। କିଛି କୃଷକ ସ୍ଲୋଗାନ୍ ଦେବା ସହ କୃଷି ଆଇନ୍ ବିରୋଧରେ ବିପ୍ଳବାତ୍ମକ ଗୀତ ଗାଉଛନ୍ତି।