ଦେଶରେ ୨୪ ଘଣ୍ଟାରେ ୧୦, ୯୭୪ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧, ୯୦୩କୁ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧତ୍କ ୧୦ ହଜାର ୯୭୪ ଆକ୍ରାନ୍ତ ହୋଇଥିବାବେଳେ  ୨୦୦୩ ଜୀବନ ଯାଇଛି।

ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନସୁଦ୍ଧା ଆକ୍ଟିଭ କେସ୍- ୧,୫୫,୨୨୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୧,୮୬,୯୩୫।
ମହାରାଷ୍ଟ୍ରରେ ୧ ଲକ୍ଷ ୧୩ ହଜାର ୪୪୫ ଆକ୍ରାନ୍ତଅ ହୋଇଥିବାବେଳେ ୫୫୩୭ଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୧୫୩୩,  ଦିଲ୍ଲୀରେ ୧୮୩୭ ଓ  ପଶ୍ଚିମବଙ୍ଗରେ  ୪୯୫ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟିସାରିଲାଣି।

ସେହିପରି ମଧ୍ୟପ୍ରଦେଶରେ ୪୭୬, ଉତ୍ତରପ୍ରଦେଶରେ ୪୧୭ ଓ ରାଜସ୍ଥାନରେ ୩୦୮ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ତେବେ ଆଶ୍ୱସ୍ତିର ଖବର ଏହା ଯେ, ବର୍ତ୍ତମାନ ସୁଦ୍ଧା ୧, ୮୬, ୯୩୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରିକଭରି ରେଟ୍‌ ୫୨.୭୯ ପ୍ରତିଶତରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

You might also like