ସତ ହେଲା ପିଲାଦିନର ସେଇ କାହାଣୀ; ଠେକୁଆ-କଇଁଛ ପ୍ରତିଯୋଗିତାରେ ଜିତିଲା କଇଁଛ

ପିଲାବେଳେ ଆଗେ କଇଁଛ-ଠେକୁଆ ଦୌଡ ପ୍ରତିଯୋଗିତାର କାହାଣୀ ଶୁଣଥିଲୁ। ଦୌଡ଼ ପ୍ରତିଯୋଗିତା ଆରମ୍ଭରୁ ଠେକୁଆ ଦ୍ରୁତ ଗତିରେ କିଛି ବାଟ ଯିବା ପରେ ପଛକୁ ଚାହିଁ ଦେଖିଲା କଇଁଛ ଦିଶୁନି। ଭାବିଲା, କଇଁଛ ତ ଅନେକ ଦୂରରେ। ଟିକିଏ ବସି ପଡ଼ିବା। ବସୁ ବସୁ ଆଖି ଲାଗି ଯାଇଥିଲା ଠେକୁଆର। ବାସ୍‌, ଏଇ ସମୟ ଭିତରେ ଧୀରେ ଧୀରେ ଚାଲି କଇଁଛ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଥିଲା। ଠେକୁଆର ନିଦ ଭାଙ୍ଗିବା ବେଳକୁ କଇଁଛ ପ୍ରତିଯୋଗିତା ଜିତି ସାରିଲାଣି।

ଯାହା ବି ହେଉ, ଏହି ଠେକୁଆ-କଇଁଛ ଗପ ସମାଜକୁ ଏକ ଭଲ ବାର୍ତ୍ତା ଦେଇଥିଲା। ତେବେ ଏହା ଏବେ ଆଉ ଗପ ହୋଇ ନାହିଁ। ପ୍ରକୃତରେ ଠେକୁଆ-କଇଁଛ ପ୍ରତିଯୋଗିତାରେ କଇଁଛ ହିଁ ଜିତେ । ପିଲାଦିନର ସେଇ କାହାଣୀ ଏବେ ସତ ହୋଇଛି ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓଟିକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେୟାର କରିଛନ୍ତି। ଏହି ଭିଡିଓଟି ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ସେଇ ପିଲାଦିନ କାହାଣୀର ପୁନରାବୃତ୍ତି ଦେଖିବାକୁ ମିଳିଛି। କୌଣସି ଏକ ସ୍ଥାନରେ ଠେକୁଆ-କଇଁଛ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏଥିରେ ଦେଖିବାକୁ ମିଳୁଛି  ଠେକୁଆ ଦୌଡ଼ି ଦୌଡ଼ି ଆସୁଛି ଏବଂ କିଛି ବାଟି ଯିବା ପରେ ଟ୍ରାକ୍‌ରେ ଅଟକି ଯାଉଛି। ଅନ୍ୟପକ୍ଷରେ କଇଁଛ ଧୀରେ ଧୀରେ ଯାଉଛି ଏବଂ ଶେଷରେ ପ୍ରତିଯୋଗିତା ଜିତି ଯାଉଛି। ପିଲା ଦିନର ସେଇ କାହାଣୀ ପୂରା ସତ ଦେଖିବାକୁ ମିଳିଛି।

ଅଇପିଏସ୍‌ ଅରୁଣ ବୋଥ୍ରା ଏହି ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ‘ପରିବାରର ପରମ୍ପରା ବ୍ୟକ୍ତିଗତ ପ୍ରତିଷ୍ଠା ପୂର୍ବରୁ ଆସିଥାଏ।’

ଅରୁଣ ବୋଥ୍ରା ଏହି ଭିଡିଓଟି ଅଗଷ୍ଟ ୬ ତାରିଖରେ ସେୟାର କରିଥିଲେ। ବର୍ତ୍ତମାନ ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଲୋକ ଦେଖିଲେଣି। ୫ ହଜାରରୁ ଅଧିକ ଲାଇକ୍‌ ଏବଂ ହଜାରରୁ ଅଧିକ କମେଣ୍ଟସ୍‌ ଆସିଛି। ଲୋକମାନେ ବି ବିଭିନ୍ନ କମେଣ୍ଟ ଦେଇଛନ୍ତି।

 

You might also like