୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ପାକିସ୍ତାନରେ ଗିରଫ୍ . . . ପଢ଼ନ୍ତୁ ବର୍ତ୍ତମାନର କିଛି ଟପ୍ ଖବର
ପାକିସ୍ତାନରେ ଗିରଫ ହେଲା ଇଣ୍ଡିଆର ଦୋଷୀ । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର- ଇ- ତୋଇବା (ଏଲ୍ଇଟି)ର ଅପରେନସ କମାଣ୍ଡର ଜକିଉର୍ ରେହମାନ ଲଖବୀ ପାକିସ୍ତାନରେ ଗିରଫ ହୋଇଛି । ଏନେଇ ଆଜି ପାକିସ୍ତାନ ସରକାର ପକ୍ଷରୁ ସୂଚନା ଦିଆଯାଇଛି । ଆତଙ୍କବାଦ ପାଇଁ ପାଣ୍ଠି ଯୋଗଣା ନେଇ ସିଟିଡି ଲାହୋର ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଲଖବୀକୁ ଗରିଫ କରିଛି ପୋଲିସ। ଲଖବୀ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ ପାଇଁ ଏକ ଡିସ୍ପେନ୍ସନାରୀ ଚଳାଉଥିଲା ବୋଲି ଅଭିଯୋଗ ହୋଇଛି । ଭାରତ ପକ୍ଷରୁ ତଥ୍ୟ ପ୍ରମାଣ ଦିଆଯିବା ପରେ ୨୦୦୮ରେ ଜାତିସଂଘ ପକ୍ଷରୁ ଲଖବୀକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ଆଉ ତା’ପର ତାର ସବୁ ବ୍ୟାଙ୍କ ଖାତା ଓ ସମ୍ପତ୍ତିକୁ ଅଚଳ କରି ଦିଆଯାଇଥିଲା ।
ବିଶ୍ୱର ସବୁଠାରୁ ଲୋକପ୍ରିୟ ରାଜନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଆମେରିକୀୟ ଫାର୍ମ ମର୍ଣ୍ଣିଂ କନସଲଟର ସର୍ଭେ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ଅନ୍ୟ ନେତାଙ୍କ ତୁଳନାରେ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ଅଧିକ ରହିଛି । ଜାପାନ ଓ ବ୍ରାଜିଲ ସମେତ ୧୩ ଦେଶରେ ଏହି ସର୍ଭେ କରାଯାଇଥିଲା । ଡିସେମ୍ୱର ୨୨ ରୁ ୨୯ ମଧ୍ୟରେ ହୋଇଥିବା ଏହି ସର୍ଭେରେ ମୋଦିଙ୍କୁ ୫୫ ରେଟିଂ ମିଳିଥିବା ବେଳେ ମେକ୍ସିକୋର ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ୨୯ ପଏଣ୍ଟ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନଙ୍କୁ ୨୭ ପଏଣ୍ଟ ମିଳିଛି ।
ଅଖିଲେଶ ଯାଦବ ନେବେନି କରୋନା ଟିକା । ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ ବୟାନ ଦେଇଛନ୍ତି । ବିଜେପି ଭ୍ୟାକସିନକୁ ଭରସା ନାହିଁ ବୋଲି କହିଛନ୍ତି ଅଖିଲେଶ । ତେବେ ଅଖିଳେଶ ଯାଦବଙ୍କ ଏପରି ପ୍ରତିକ୍ରିୟାକୁ ନେଇ କଟାକ୍ଷ କରିଛନ୍ତି ଉତ୍ତର ପ୍ରଦେଶର ଡେପୁଟି ସିଏମ୍ କେଶବ ମୌର୍ଯ୍ୟ । ଅଖିଳେଶଙ୍କର ଭ୍ୟାକସିନ୍ ଉପରେ ଭରଷା ନାହିଁ ଓ ଉତ୍ତର ପ୍ରଦେଶବାସୀଙ୍କର ଅଖିଳେଶଙ୍କ ଉପରେ ଭରଷା ନାହିଁ ବୋଲି ସେ ତାତ୍ସଲ୍ୟ କରିଛନ୍ତି । ଟିକା ଉପରେ ପ୍ରଶ୍ନ ଉଠାଇବା ବୈଜ୍ଞାନିକମାନଙ୍କୁ ଅପମାନ କରିବା ସହ ସମାନ ବୋଲି ସେ କହିଛନ୍ତି ।
ଦିଲ୍ଲୀରେ କୃଷି ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । କୃଷକଙ୍କ ଆନ୍ଦୋଳନକୁ ନେଇ ଅର୍ଥନୀତିରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ କହିଛନ୍ତି, କୃଷି କ୍ଷେତ୍ରରେ ସୁଧାର ଜରୁରୀ । ସରକାର ଧାନ ପରି ଅନ୍ୟ ଫସଲର ଏମଏସପି ବଢ଼ାଇବା ଦରକାର । ମିଡ଼ିଆ ରିପୋର୍ଟ ଅନୁସାରେ ଅଭିଜିତ କହିଛନ୍ତି , ଧାନ ଉତ୍ପାଦନ ପାଇଁ ପଞ୍ଜାବରୁ ପାଣି ଶେଷ ହୋଇଯିବ । ଅନୁମାନ କରାଯାଉଛି ଆଗାମୀ ୨୦ ବର୍ଷ ପରେ ପଞ୍ଜାବରେ ଆଉ ପାଣିର ଘୋର ଅଭାବ ହେବ । ଧାନର ଏମଏସପି ଅଧିକ ରହିଛି ବୋଲି ପଞ୍ଜାବରେ ଅଧିକାଂଶ ରୋଜଗାର ଆଶାରେ ଧାନ ଚାଷ କରୁଛନ୍ତି । ଅନ୍ୟ ଫସଲ ସେହି ପରିମାଣରେ ଉତ୍ପାଦନ ହେଉନାହିଁ । ତେଣୁ ଅନ୍ୟ ଫସଲକୁ ସରକାର ପ୍ରୋତ୍ସାହନ ଦେବା ଦରକାର । ଏଥିପାଇଁ ସବୁ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର ।
ଆଖି ସାମ୍ନାରେ ଥିଲା ମୃତ୍ୟୁ । ମାଡ଼ି ମାଡ଼ି ଆସୁଥିଲା ଲୌହଦାନବ । ରେଳ ଷ୍ଟେସନରେ ବୃଦ୍ଧଙ୍କ ଜୀବନ ବଂଚାଇଲେ ପୋଲିସକର୍ମୀ । ମୁମ୍ବାଇର ଦହିସର ରେଲୱେ ଷ୍ଟେସନ୍ରେ ଦେଖିବାକୁ ମିଳିଛି ଏପରି ଲୋମଟାଙ୍କୁରା ଦୃଶ୍ୟ । ପୋଲିସ୍ ବାବୁଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ୬୦ ବର୍ଷ ବୟସର ବ୍ୟକ୍ତିଙ୍କର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ।
#WATCH | Maharashtra: A constable of Mumbai Police helped a 60-year-old man, who got stuck at a railway track, save his life at Dahisar railway station in Mumbai yesterday. pic.twitter.com/lqzJYf09Cj
— ANI (@ANI) January 2, 2021