ସୀମାନ୍ତରେ ଏନ୍‌କାଉଣ୍ଟର: ୨ ଆତଙ୍କୀ ନିପାତ୍‌

ଶ୍ରୀନଗର:ଲସ୍କର-ଏ-ତୋଏବାର ଜଣେ ଟପ୍‌ ଲିଡର ସମେତ ଅନ୍ୟଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା କର୍ମୀ ସୋମବାର ନିପାତ କରିଛନ୍ତି। ଜମ୍ମୁ-କାଶ୍ମୀରର କୁଲଗାଓ ଜିଲ୍ଲାରେ ଆଜି ଏକ ଏନକାଉଣ୍ଟରରେ ଏହି ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଛି।

କୁଲଗାମା ଜିଲ୍ଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା କୌଣସି ସୂତ୍ରରୁ ଖବର ପାଇବା ପରେ  ଭାରତୀୟ ସୀମା ସୁରକ୍ଷା ବାହିନୀ ଏବଂ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପେରସନ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ-ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁଇ ଆତଙ୍କୀ ନିପାତ ହେବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅପରେସନ ପୂର୍ବରୁ ଏହି ଅଞ୍ଚଳରୁ ସାଧାରଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ଏଠି କହି ରଖିବୁ, ଗତ କିଛି ଦିନ ହେବ ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଲାଗିଛି । ରବିବାର ବୁଡଗାମ ଜିଲ୍ଲାରେ ଏଲଇଟିର ୪ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଥିଲା ପୋଲିସ। ଏମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲା।

 

You might also like