ଭାରତରେ ପ୍ଲାଣ୍ଟ ବନ୍ଦ କରିବ ହାର୍ଲେ ଡେଭିଡସନ

ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍‌ସନ ବାଇକ୍‌ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍‌ର ବିକ୍ରି କମ୍‌ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ ବାଇକ୍‌ ବିକ୍ରି ଜାରି ରଖିବ। ବିଦେଶରୁ ଅମଦାନୀ କରି ଭାରତରେ ବିକ୍ରି କରାଯିବ। କେବଳ ଭାରତରେ ନୁହେଁ ଉତ୍ତର ଆମେରିକା, ୟୁରୋପ ଓ ଏସିଆରେ ଯେଉଁ ସ୍ଥାନମାନଙ୍କର ବାଇକ୍ ବିକ୍ରି କମିଛି, ସେଠାରୁ ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କମ୍ପୀନୀ।

ମିଳିଥିବା ବିଶେଷ ସୂଚନା ଅନୁସାରେ, କମ୍ପାନୀ ଭାରତରେ କେବଳ ପ୍ଲାଣ୍ଟ ବନ୍ଦ କରିବ, କିନ୍ତୁ ବାଇକ ବିକ୍ରି ଜାରି ରଖିବ।  ଥାଇଲାଣ୍ଡରୁ ବାଇକ ଅମଦାନୀ କରାଯାୟୀ ଭାରତରେ ବିକ୍ରି କରାଯିବ। ଯଦି ଏପରି ହୁଏ, ତେବେ ବାଇକ୍‌ର ଦାମ୍‌ ୪୦ରୁ ୫୦ ଟଙ୍କା ଅଧିକ ବଢ଼ିଯିବ।

ତେବେ ଭାରତରେ ବିକ୍ରି ବଢ଼ାଇବା ପାଇଁ କମ୍ପାନୀ ତରଫରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମଧ୍ୟ ଦିଆଯାଉଛି। ଗତବର୍ଷ ଦେଶରେ ମାତ୍ର ୨୫୦୦ ବାଇକ ବିକ୍ରି ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।

ସୂଚନା ଥାଉକି ଦେଶରେ ହାର୍ଲେ ଡେଭିଡ୍‌ସନ ବାଇକ୍‌ କମ୍ପାନୀର ପ୍ରାୟ ୨୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଯଦି ପ୍ଲାଣ୍ଟ ବନ୍ଦ ହୋଇଯାଏ ତେବେ ବେକାରୀ ସଂଖ୍ୟା ବଢ଼ିବା ସୁନିଶ୍ଚିତ।

 

ଆହୁରି ପଢ଼ନ୍ତୁ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

You might also like