ପିଟିସନ ଖାରଜ ପରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂର କ୍ୟୁରେଟିଭ ପିଟିସନକୁ ଆଜି ସୁପ୍ରିମକୋର୍ଟ ପୁଣି ଥରେ ଖାରଜ ଦେଇଛନ୍ତି। ତେବେ ଖାରଜ ପରେ ଫାଶି ହେବା ପକ୍କା ହୋଇଛି। କିନ୍ତୁ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ(ICJ)ଙ୍କ ଦ୍ୱାରାସ୍ଥ ହୋଇଛନ୍ତି

ମୃତ୍ୟୁଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ମୁକେଶ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁକେଶର ଆବେଦନକୁ ଖାରଜ କରିବା ପରେ ଦୋଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି କୋର୍ଟ କହିଛନ୍ତି।

ଫଳରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଆସନ୍ତା ୨୦ ତାରିଖରେ ଫାଶିଖୁଣ୍ଟରେ ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ସେପଟେ ଫାଶି ପାଇଁ ତିହାର ଜେଲ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ୪ ଦୋଷୀଙ୍କୁ ଫାଶି ଦେବାକୁ ଆସନ୍ତାକାଲି ତିହାର ଜେଲରେ ଜହ୍ଲାଦ ପବନ ପହଞ୍ଚିବ।

୧୯ ତାରିଖରେ ଦୋଷୀଙ୍କ ଫାଶି ଦେବାକୁ ନେଇ ହେବ ଡମି ରିହର୍ସାଲ୍ ହେବା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୦ ତାରିଖ ଭୋର ସାଢେ ୫ଟାରେ ୪ ଦୋଷୀଙ୍କୁ ଫାଶି ଖୁଣ୍ଟରେ ଝୁଲାଯିବ।

ତେବେ ମୁକେଶର ପିଟିସନ ଖାରଜ ହେବା ପରେ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ(ICJ)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

You might also like