‘୪ ସପ୍ତାହ ମଧ୍ୟରେ ୪୫୩ କୋଟି ଫେରାଅ’ ନଚେତ୍ ୩ ମାସ ଜେଲ୍‌ଦଣ୍ଡ

ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରିଲାଏନ୍ସ ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀ। ଟେଲିକମ୍ ଉପକରଣ କ୍ରମ ମାମଲାରେ ୫୫୦ କୋଟି ଟଙ୍କା ବକେୟା ପ୍ରଦାନ କରିନଥିବାରୁ ରିଲାଏନ୍ସ ବିରୋଧରେ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲା ଏରିକ୍ସନ୍।

ଏହି ଘଟଣାରେ ଅନୀଲଙ୍କ ସହ ତାଙ୍କ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ସତୀଶ ସେଠ୍ ଏବଂ ଛାୟା ବିରାନୀଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଅନୀଲ ଅମ୍ବାନୀ ଓ ତାଙ୍କର ୨ ନିର୍ଦ୍ଦେଶକ ଏରିକ୍ସନ କମ୍ପାନୀକୁ ୪୫୩ କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଫେରସ୍ତ ନ କଲେ ସେମାନେ ୩ ମାସ ଲେଖାଏ ଜେଲଦଣ୍ଡ ଭୋଗିବେ। ନିର୍ଦ୍ଦେଶର ଅବମାନନା କଲେ ଅଧିକ କୋଟିଏ ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଜରିମାନା ଅର୍ଥ ପ୍ରଦାନ ନକଲେ ସେମାନ ଆହୁରି ଅଧିକ ମାସେ ଲେଖାଏ ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

ଟେଲିକମ୍ ଉପକରଣ କ୍ରମ ମାମଲାରେ ବକେୟା ପ୍ରଦାନ କରିନଥିବାରୁ ରିଲାୟନ୍ସ ବିରୋଧରେ ସୁପ୍ରିମକୋର୍ଟରେ ୩ଟି ଅଦାଲତ ଅବମାନନା ଆବେଦନ ରୁଜୁ କରିଥିଲା ଏରିକ୍ସନ୍।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଆକାଶ ମାର୍ଗରେ ଉଡ଼ିବନି ମୋଦିଙ୍କ ବିମାନ

ଦିଲ୍ଲୀରେ ମୋଦି-ମମତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ଛାତ୍ରଙ୍କ କମାଲ୍‌: ସହରବାସୀଙ୍କ ପାଇଁ ତିଆରି କଲେ ତିନି ଚକିଆ ଇ-ଗାଡି ‘ଦେଶ୍‌ଲା’

ବ୍ୟାନ୍‌ ହେଲା ଇ-ସିଗାରେଟ୍

ଯମୁନା ବ୍ରିଜର ଶୀର୍ଷକୁ ଚଢିଗଲେ ଯୁବକ, ଓହ୍ଲାଇବା ପାଇଁ ରଖିଲେ ଏମିତି ସର୍ତ୍ତ

ବିମାନବନ୍ଦରରେ ଯଶୋଦାବେନ୍‌ଙ୍କୁ ଦେଖା କରିବାକୁ ଦୌଡ଼ିଲେ ମମତା

ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ପିଓକେ ଭାରତର ଅଙ୍ଗ; ଦିନେ ଏହାକୁ ଭାରତରେ ମିଶାଇବୁ; ବୈଦେଶିକ ମନ୍ତ୍ରୀ

ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ସୁଧହାର

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ; ୨୪ ମୃତ

You might also like