କରୋନାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରେ ଥିଲେ ଚୀନ୍‌ ରାଷ୍ଟ୍ରପତି

ପେଇଚିଙ୍ଗ: କରୋନା ଭାଇରସକୁ ନେଇ ଚୀନ ଉପରେ ଅନେକ ଅଭିଯୋଗ ଆସୁଛି । କରୋନା ଭାଇରସକୁ ଭୟାବହତା ଜାଣି ମଧ୍ୟ ସେ ବିଶ୍ୱବାସୀଙ୍କୁ ଅବଗତ କରାଇନି। ସେତିକି ନୁହେଁ, କରୋନା ମୃତ୍ୟୁ ଜନିତ ତଥ୍ୟ ଏବଂ ଏହାର ଉତ୍ପତି ବିଷୟରେ ମଧ୍ୟ ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି ।

ନିକଟରେ ଏକ ଖବର ମିଳିଛି ଯେ, ଚୀନରେ କରୋନା ଭୟାବହତା ଲାଗି ରହିଥିବାବେଳେ ଦେଶର କମ୍ୟୁନିଷ୍ଟ ପାର୍ଟିର ଟପ୍‌ ନେତା ପେଇଚିଙ୍ଗର ଏକ ସିକ୍ରେଟ ରିସୋର୍ଟରେ ନିଜ ପରିବାର ସହ ଆତ୍ମଗୋପନ କରିଥିଲେ । କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ସେ ଏପରି କରିଥିଲେ ।
ଇଂରାଜୀ ଖବର କାଗଜ ଡେଲି ମେଲ୍‌ ଅନୁସାରେ ପେଇଂଚିଂର ଦକ୍ଷିଣ-ପଶ୍ଚିମ ସ୍ଥିତ ଜେଡ ସ୍ପ୍ରିଂ ହିଲରେ ଏକ ଭିଲା କମ୍ପେ୍ଲକ୍ସ ରହିଛି। ଏଠାକୁ ସାଧାରଣ ଲୋକ ଯାଇ ପାରନ୍ତି ନାହିଁ । ଏଠାରେ ଚୀନ୍‌ ରାଷ୍ଟ୍ରପତି ଜିନ ପଙ୍ଗଙ୍କ ସମେତ ଅନେକ ବଡ ବଡ ନେତାଙ୍କ ଘର ରହିଛି । ଏହି ନେତାମାନେ କରୋନା ଭୟରେ ସରକାରୀ ନିବାସକୁ ଛାଡ଼ି  ସ୍ପ୍ରିିଂ ହିଲସ୍ଥିତ ଏହି ଭିଲ୍ଲାକୁ ପଳାଇ ଆସିଥିଲେ । କଡା ସୁରକ୍ଷା ମଧ୍ୟରେ ଏହି ନେତାମାନେ ନିଜର ପରିବାର ସହ ରହୁଥିଲେ ।

ରେଡିଓ ଇଣ୍ଟରନାଶନାଲ ଫ୍ରାନ୍ସ ମଧ୍ୟ ଏପରି କଥାକୁ ସମର୍ଥନ କରିଛି । ରେଡିଓ ଇଣ୍ଟରନାଶନାଲ ଫ୍ରାନ୍ସ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ, ଏହି ସମୟରେ କମ୍ପାଉଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଚୀନର ଉହାନ ସହରରୁ ବ୍ୟାପି ଥିବା କରୋନା ଭାଇରସ ପ୍ରଭାବରେ ଏହି ଦେଶରେ ୮୨ ହଜାର ୮୫୮ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୪୬୩୩ ଲୋକ  ଜୀବନ ହରାଇଥିଲେ। ଏବେ ଏଠାରେ ସ୍ଥିତି ସ୍ୱାଭାବିକ ରହିଛି।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like