ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ। ଏକଥା କହିଛନ୍ତି ରାଜେଶ ଭୂଷଣ। କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ। ୭ ଜିଲ୍ଲା ମହାରାଷ୍ଟ୍ରର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଦେଶର ମୋଟ ଆକ୍ଟିଭ କେସ୍‌ ୫୮% ମହାରାଷ୍ଟ୍ରରେ ରହିଛି। ମୋଟ ମୃତ୍ୟୁର ୩୪% କେବଳ ମହାରାଷ୍ଟ୍ରର। ମହାରାଷ୍ଟ୍ରରେ RTPCR ଟେଷ୍ଟ ୭୦%କୁ ବଢ଼ାଇବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

ଛତିଶଗଡ଼ ଛୋଟ ରାଜ୍ୟ ହୋଇଥିଲେ ବି ସ୍ଥିତି ଚିନ୍ତାଜନକ। ଛତିଶଗଡ଼ରେ ସ୍ଥିତି ଦିନକୁ ଦିନ ସଂଗୀନ ହୋଇ ଚାଲିଛି। ଦେଶର ୬% ଆକ୍ରାନ୍ତ ଓ ୩% ମୃତକ ଏହି ଛୋଟ ରାଜ୍ୟର। ଦେଶରେ କୋଭିଡ୍ ମୃତ୍ୟୁର ୪.୫% ପଞ୍ଜାବର ବୋଲି ରାଜେଶ ଭୂଷଣ କହିଛନ୍ତି। ପଞ୍ଜାବ ତୁଳନାରେ ଦିଲ୍ଲୀ ଓ ହରିୟାଣାରେ କୋଭିଡ୍ ସ୍ଥିତି ଭଲ ରହିଛି। ଗତ ୨୪ ଘଣ୍ଟାରେ ୪୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି, ଯାହା ଏକ ରେକର୍ଡ। ଆଜି ସକାଳ ସୁଦ୍ଧା ୮ କୋଟି ୩୧ ଲକ୍ଷ ଡୋଜ୍ ଟିକା ଦିଆଯାଇଛି।

You might also like