ଏଇଠି ଗଚ୍ଛିତ ଅଛି ସବୁଠାରୁ ଅଧିକ ସୁନା
ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ଦର ବୃଦ୍ଧି ଇତି ମଧ୍ୟରେ ରେକର୍ଡ କଲାଣି। ୧୦ ଗ୍ରାମ ସୁନାର ଦାମ ଏବେ ୫୨ ହଜାର ଟଙ୍କା ରହିଛି । ରୂପା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି।
୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ ୩୩, ୫୮୦ ଥିଲା। ଆଜି ଏହାର ଦର ୨ ଗୁଣା ବୃଦ୍ଧି ପାଇ ଏବେ ୬୭, ୫୬୦ରେ ପହଞ୍ଚିଛି। ଦିୱାଲି ବେଳକୁ ରୂପା ଦର ୭୫ ହଜାରରେ ପହଞ୍ଚିଥିବ ବୋଲି ବିଶେଷଜ୍ଞମାନେ ଆକଳନ କରି କହିଛନ୍ତି।
ପ୍ରାୟତଃ ସୁନାର ଦାମ ହ୍ରାସ ପାଇନଥାଏ । ତେଣୁ ସୁନା କିଣିଲେ କିଛି କ୍ଷତି ହେବାର ଆଶଙ୍କା ନାହିଁ। ଏହି କାରଣରୁ ଲୋକେ ଦର ଯେତେ ବୃଦ୍ଧି ହେଲଷ ବି ନିଜ ସଂପତ୍ତିକୁ ସୁରକ୍ଷିତ ରଖିବାକୁ ସୁନା କିଣିଥାନ୍ତି। ତେବେ ଜାଣନ୍ତି, କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି ? ଆଉ କେତେ ଅଧିକ ଅଛି ?
ମିଳିଥିବା ସୂଚନା ଅନୁସାରେ, ଆମେରିକା ପାଖରେ ସବୁଠାରୁ ଅଧିକ ସୁନା ରହିଛି। ୱାର୍ଲଡ ଗୋଲ୍ଡ କାଉନ୍ସିଲ୍ (WGC) ରିପୋର୍ଟ ଅନୁସାରେ ପୃଥିବୀର ସବୁଠାରୁ ଅଧିକ ସୁନାର ଭଣ୍ଡାର ଆମେରିକା ପାଖରେ ଅଛି। କେତେ ସୁନା ଜାଣନ୍ତି ? ଆମେରିକା ପାଖରେ ରହଛି ସବୁଠାରୁ ଅଧିକ ସୁନା ୮୧୩୩.୫୩ ଟନ୍ ସୁନା ରହିଛି।
ସେହପରି ଦ୍ୱିତୀୟ ସ୍ଥାନରେଳ ରହିଛି ଜର୍ମାନୀ। ଜର୍ମାନୀ ପାଖରେ ରହିଛି ୩, ୩୬୪.୧୮ ଟନ୍ ସୁନାର ଭଣ୍ଡାର। ଆଉ ଏକ ସୁନା ଭଣ୍ଡାର ରହିଛି ଇଟାଲି ପାଖରେ। ସର୍ବାଧିକ ସୁନା ଥିବା ଦେଶର ତାଲିକାରେ ଇଟାଲିର ସ୍ଥାନ ତୃତୀୟରେ ରହିଛି। ଇଟାଲି ପାଖରେ ରହିଛି ୨୪୫୧.୮୬ ଟନ୍ ସୁନା।
୪ର୍ଥ ତାଲିକାରେ ରହିଛି ଫ୍ରାନ୍ସ। ଫ୍ରାନ୍ସ ପାଖରେ ରହିଛି ୨୪୩୬.୦୨ ଟନ୍ ସୁନା। ୱାର୍ଲଡ୍ ଗୋଲ୍ଡ କାଉନ୍ସିଲ ରିପୋର୍ଟ ଅନୁସାରେ ୫ମ ସ୍ଥାନରେ ରହିଛି ଋଷ୍। ଋଷର ସୁନା ଭଣ୍ଡାରରେ ଗଚ୍ଛିତ ରହିଛି ୨୨୧୯.୧୭ ଟନ୍ ସୁନା।
ଭାରତର ପଡୋଶୀ ଚୀନ ପାଖରେ ମଧ୍ୟ ପ୍ରଚୁର ସୁନା ଗଚ୍ଛିତ ରହିଛି। ତାଲିକାର ୬ଷ୍ଠ ସ୍ଥାନରେ ରହିଛି ଚୀନ୍। ଚୀନ ପାଖରେ ୧୯୪୮ ଟନ୍ ସୁନା ଥିବା ଜଣାଯାଇଛି। ତାଲିକାର ୭ମ ସ୍ଥାନର ରହିଛି ସ୍ୱିଜରଲାଣ୍ଡ। ଏହି ଦେଶ ପାଖରେ ଗଚ୍ଛିତ ରହିଛି ସର୍ବାଧିକ ୧୦୪୦ ଟନ୍ ସୁନା।
ଜାପାନ୍ ସୁନା ଗଚ୍ଛିତ ରଖିବା ତାଲିକାରେ ୮ମ ସ୍ଥାନରେ ରହିଛି। ଏହା ତଳକୁ ରହିଛି ଭାରତ। ଜାପାନ୍ରେ ଅଫିସିଆଲ ଗୋଲଡ ହୋଲ୍ଡିଂ ୭୬୫.୨୨ ଟନ୍ ଥିବାବେଳେ ଭାରତ ପାଖରେ ରହିଛି ୬୫୩.୦୧ ଟନ୍।
୧୦ ସ୍ଥାନରେ ରହିଛି ନେଦରଲାଣ୍ଡ। ନେଦରଲାଣ୍ଡ ପାଖରେ ରହିଛି ୬୧୨.୪୬ ଟନ୍ ସୁନା।