ଆସନ୍ତାକାଲି ଆରମ୍ଭ ହେବ PMSYM ଯୋଜନା

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ, PMSYM ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ ଦିଆଯିବ।

ଏପରିକି ଉଠା ଦୋକାନୀ, ରିକ୍ସା ଚାଳକ, ମଧ୍ୟାହ୍ନ ଭୋଜନ ଶ୍ରମିକ, ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, ମୋଚି, ଘରେ କାମ କରୁଥିବା ଲୋକ, ବିଡି ଶ୍ରମିକ, ଧୋବା, କୁଟୀର ଶିଳ୍ପରେ କାମ ଥିବା ଶ୍ରମିକ ସାମିଲ ହୋଇପାରିବେ। ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ ଓ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ।

ବିଭିନ୍ନ ବୟସ ବର୍ଗର ଶ୍ରମିକ ମାସକୁ ୫୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କାର ପ୍ରିମିୟମ୍ ଦେବେ। ସଦସ୍ୟ ଯେତେ ପ୍ରିମିୟମ ଦେବେ ସରକାର ମଧ୍ୟ ସେତେ ଟଙ୍କା ଦେବେ। ୬୦ ବର୍ଷ ହେବା ପରେ ହିତାଧିକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଲେଖାଏଁ ପେନସନ ମିଳିବ। ଏହାସହ ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପତି ବା ପତ୍ନୀଙ୍କୁ ୫୦ ପ୍ରତିଶତ ପରିବାର ପେନସନ ମିଳିବ।

You might also like