• translate
Sarbeswar

ପଶ୍ଚିମବଙ୍ଗ: ପଶ୍ଟିମବଙ୍ଗବାସୀଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପୁରୁଲିଆରେ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି। ମୋଦିଙ୍କ ଗସ୍ତକୁ ନେଇ ପଶ୍ଟିମବଙ୍ଗ ବିଜେପି ଶିବିରରେ ବଡ ଧରଣର ପ୍ରସ୍ତୁତି ଚାଲିଛି। ଏହାପୂର୍ବରୁ ଆଜି ଟ୍ୱିଟ୍‌ କରି ମୋଦି କହିଛନ୍ତି, ବର୍ତ୍ତମାନ ପଶ୍ଚିମବଙ୍ଗରେ ପରିବର୍ତ୍ତନର ହାୱା ବୋହୁଛି। ବିଜେପିର ସୁଶାସନର ମନ୍ତ୍ର, ପଶ୍ଚିମବଙ୍ଗ ବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

ରାଜ୍ୟ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯାଇ ରାଲି କରିଥିଲେ ମଧ୍ୟ ଆସନ୍ତାକାଲିର ନିର୍ବାଚନୀ ରାଲି ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ, ମୋଦିଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଦିଦିଙ୍କ ଗଡରେ ନିର୍ବାଚନୀ ରାଲି କରିସାରିଛନ୍ତି ଏବଂ ଦଳ ୨୦୦ରୁ ଅଧିକ ଆସନରେ ଜିତି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  ଏପଟେ ମା, ମାଟି, ମାନୁଷଙ୍କ ସର୍ବାଙ୍ଗିନ ଉନ୍ନତି କରିବା ସହ ବଙ୍ଗର ବିକାଶକୁ ଟିଏମସି ଅଧିକ ଫୋକସ ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଆଜି ଟିଏମସି ସୁପ୍ରିମୋ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ସହ ରାଜ୍ୟର ସର୍ବାଙ୍ଗିନ ବିକାଶ ଦଳର ପ୍ରାଥମିକତା ବୋଲି କହିଛନ୍ତି। ବଙ୍ଗ ଜନତାଙ୍କ ପାଇଁ ଏହା ଦିଦିଙ୍କ ୧୦ଟି ପ୍ରତିଶ୍ରୁତିର କଥା ବୋଲି କହିଛନ୍ତି ମମତା। ନିର୍ବାଚନୀ ଇସ୍ତାହାରରେ ଛାତ୍ର ଏବଂ ଗରିବଙ୍କୁ ସ୍ୱତନ୍ତ୍ର ସହାୟତା ସହ ବିଧବାଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା ଦେବାକୁ ମମତା ଘୋଷଣା କରିଛନ୍ତି।

ସେପଟେ ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଥିଲେ ଯେ, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ।  ପଶ୍ଟିମବଙ୍ଗବାସୀ ମଧ୍ୟ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶାହା।

ସେପଟେ ହ୍ୱିଲ୍ ଚେୟାର୍‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ବି କରିଛନ୍ତି। କୋଲକାତାରେ ୫ କିଲୋମିଟରର ରୋଡ୍ ଶୋ କରିଥିଲେ ମମତା। ହସପିଟାଲରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ଟିଏମ୍‌ସି ସୁପ୍ରିମୋ। ମାର୍ଚ୍ଚ ୧୪ରେ ମମତାଙ୍କ ବିରାଟ ରାଲି ଦକ୍ଷିଣ କୋଲକାତାର ମେୟ ରୋଡ୍‌ରୁ ଆରମ୍ଭ ହୋଇ ହାଜିରାରେ ସରିଥିଲା। ପରେ ଆୟୋଜିତ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି, ଆହତ ବାଘ ଅଧିକ ବିପଜ୍ଜନକ। ତେବେ ମୋଦି କାଲି କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

Other Stories