ଆସନ୍ତାକାଲି ଦେଶବ୍ୟାପି ଆନ୍ଦୋଳନ କରିବେ ଚାଷୀ

ପୁଣି ଆନ୍ଦୋଳନ କରିବେ ଚାଷୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ କରି ଆନ୍ଦୋଳନ କରିବେ ଚାଷୀ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। କୃଷକଙ୍କ ଚକାଜାମ୍ ଆନ୍ଦୋଳନକୁ ଦୃଷ୍ଟିରେ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ସିଂଘୁ ସୀମାରେ ଏବେ ବି ଆନ୍ଦୋଳନ ଚଳାଇଥିବା ବେଳେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା ଗାଜିପୁରରେ ବି ଏକାଠି ହୋଇଛନ୍ତି ଚାଷୀ। ଆଉ ସେଠି ବି କଡା ପୋଲିସ ପହରା ଲାଗିଛି। ସେପଟେ ଚାଷୀଙ୍କ ଚକାଜାମ୍ ଆନ୍ଦୋଳନ ବେଳେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ କିଛି ଗୋଷ୍ଠୀ ବିଶୃଙ୍ଖଳା କରିବା ନେଇ ଆଗୁଆ ସୂଚନା ମିଳିଥିବାରୁ ଏଇ ଦୁଇ ରାଜ୍ୟର ଚାଷୀ ଆନ୍ଦୋଳନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ।

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଦିଲ୍ଲୀରେ ବି ଚକା ଜାମ୍ ଆନ୍ଦୋଳନ ହେବ ନାହିଁ ବୋଲି ସୂଚନା ମିଳିଛି। ଏପଟେ ଚାଷୀଙ୍କ ଆନ୍ଦୋଳନକୁ ଓଡ଼ିଶାରେ ସମର୍ଥନ ଜଣାଇଛି ନବ ନିର୍ମାଣ କୃଷକ ସଂଗଠନ ଓ ରାଜ୍ୟ କଂଗ୍ରେସ। ଚଳିତ ବଜେଟରେ ଚାଷୀଙ୍କ ଦାବିକୁ ଉପେକ୍ଷା କରାଯାଇଥିବା ଏବଂ ଚାଷୀ ଆନ୍ଦୋଳନସ୍ଥଳରୁ ଇଣ୍ଟରନେଟ୍ ସେବା ବାତିଲ କରାଯିବା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି।ଆ

You might also like