ଆସନ୍ତାକାଲି ହେବ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ବମ୍ବେ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ। ଆସନ୍ତାକାଲି ମଧ୍ୟ ଏହାର ଶୁଣାଣି ପୁଣିଥରେ ହେବ।

ତେଣୁ ଆଜି ଲଗାତର ତୃତୀୟ ରାତି ଜେଲ୍‌ରେ କାଟିବେ ଅର୍ଣ୍ଣବ। ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇର ଲୋୟର ପରେଲ ସ୍ଥିତ ଘରେ ପଶି ବୁଧବାର ଜୋରଜବରଦସ୍ତ ଗିରଫ କରିଥିଲା ମୁମ୍ବାଇ ପୋଲିସ।

ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ ପରେ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେପଟେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ ପରେ ବିଭିନ୍ନ ଆଡୁ ପ୍ରତିବାଦର ସ୍ୱର ଉଠିଛି।

You might also like