କାଲି ବାହାରିବ ରେଜଲ୍ଟ, ପୁଣି ଥରେ ସରକାର କରିବେ କି ଦିଦି?

କିଏ ଦଖଲ କରିବ ବଙ୍ଗ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ଭୋଟ ଗଣତି ହେବାକୁ ଯାଉଛି। ତେବେ ଫୋକସ ରହିଛି ପଶ୍ଚିମବଙ୍ଗର ଫଳାଫଳ ଉପରେ। କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାର ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରାଯାଇଛି। ତେଣୁ ରାଜନୈତିକ ଦୃଷ୍ଟି କୌଣରୁ ଅତିି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗର ଫଳାଫଳକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି।

ତେଣେ ତାମିଲନାଡୁରେ ଏଆଇଡିଏମର ୧୦ ବର୍ଷର ଶାସନର ଅନ୍ତ ଘଟାଇ ଡିଏମକେ କମବ୍ୟାକ୍‌ କରିବା ନେଇ ଅଧିକାଂଶ ଏକଜିଟ୍‌ ପୋଲ ଆକଳନ ଲଗାଇଛନ୍ତି। ତେବେ କେରଳରେ ଇତିହାସ ସୃଷ୍ଟି କରିପାରେ ବିଜୟନଙ୍କ ଏଲ୍ଡିଏଫ୍ ବାମମେଣ୍ଟ। ଏଠାରେ କ୍ଷମତା ବଜାୟ ରଖିବା ଆଶା କରାଯାଉଛି। ସେହିପରି ଆସାମରେ ବି ବିଜେପି ପୁଣି ଥରେ ବିଜୟୀ ହେବ ବୋଲି ଅଧିକାଂଶ ଜନମତ ସର୍ଭେ କହିଛନ୍ତି। ତେବେ ପୁଡୁଚେରୀରେ ଏନଡିଏ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେବା ସମ୍ଭାବନା ରହିଛି। ତେବେ ମମତା ପୁଣି ଥରେ ସରକାର ଗଢିବେ କି ନାହିଁ ତାହା ଉପରେ ସାରା ଦେଶର ନଜର ରହିଛି।

You might also like