ଦଶନ୍ଧି ପରେ ମହାଆକାଶକୁ ମହାଆକାଶଚାରୀ ପଠାଇବ ନାଶା

ୱାସିଂଟନ: ପ୍ରାୟ ଏକ ଦଶନ୍ଧି ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ପୁଣି ଥରେ ନିଜର ମହାକାଶଚାରୀଙ୍କୁ ପଠାଉଛି। ଏକ ଘରୋଇ ସ୍ପେସ୍ ଫ୍ଲାଇଟ୍ କଂପାନୀ ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ ପ୍ରସ୍ତୁତ ହେଉଛି।

ସ୍ପେସ୍ ଏକ୍ସ ଫାଲ୍‌କନ୍ -୯ ରକେଟ୍ ଏବଂ କ୍ରିଉ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯିବ। ସ୍ତାନୀୟ ସମୟ ଅପରାହ୍ନ ୪ଟା ୩୩ ବା ଭାରତୀୟ ସମୟ ଆସନ୍ତାକାଲି ଭୋର ୨ଟା ୩ରେ ଫ୍ଲୋରିଡ଼ାର କେନେଡିସ୍ ଲଞ୍ଚ୍ କମ୍ପ୍ଲେକ୍ସରୁ ଏହି ରକେଟ୍‌ ଉତ୍‌କ୍ଷେପଣ ହେବ।

Image

ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରାୟ ଏକ ଦଶନ୍ଧି ପରେ ଆମେରିକା ମାଟିରୁ ମହାକାଶକୁ ମାନବ ପଠାଉଛି। ଏହି ମିଶନ ସଫଳ ହେଲେ ମହାକାଶ ବିଜ୍ଞାନ ସଂପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

A SpaceX Falcon 9 rocket with the company's Crew Dragon spacecraft is rolled out of the horizontal integration facility at Launch Complex 39A as preparations continue for the Demo-2 mission, Thursday, May 21, 2020, at NASA's Kennedy Space Center in Cape Canaveral, Fla.

ଫାଲ୍‌କନ୍ ୯ ରକେଟ୍ ପୂର୍ବରୁ ମାନବ ବିହିନ ଭାବେ ୮୫ ଥର ସଫଳ ଉତ୍‌କ୍ଷେପଣ ହୋଇଥିଲେ ସୁଦ୍ଧା ଏବେ ମହାକାଶଚାରୀଙ୍କୁ ପଠା ଯାଉଥିବାରୁ ବିପଦ ମଧ୍ୟ ରହିଛି। ୨୦୧୮ ମସିହାରେ କ୍ରିଉ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟର ପରୀକ୍ଷାମୂଳକ ଉତ୍‌କ୍ଷେପଣ ବେଳେ ଏହା ଲଞ୍ଚପ୍ୟାଡ୍‌ରେ ହିଁ ବିସ୍ଫୋରଣ ହୋଇଯାଇଥିଲା।

Image

ପରେ ନାସା ଓ ସ୍ପେସ୍ ଏକ୍ସ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା। ପରବର୍ତ୍ତି ସମୟରେ ଏହାର ପରୀକ୍ଷଣ ସଫଳ ହୋଇଥିଲା। ଏବେ ସ୍ୱତନ୍ତ୍ର ଭାବେ ଏକ କ୍ୟାପ୍‌ସୁଲ୍‌କୁ ପ୍ରସ୍ତୁତ କରାଯାଇଛି। ଯାହା ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ମହାକାଶକୁ ନେଇଯାଇପାରିବ।

Image

You might also like