ଗୁଜରାଟକୁ ମୋଦି ଦେଲେ ୩ ଉପହାର

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ପାଇଁ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ୩ଟି ପ୍ରକଳ୍ପ ହେଲା- ୟୁ.ଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ଠାରେ ଶିଶୁ ହୃଦ୍‌ରୋଗ ହସ୍ପିଟାଲ୍‌, ଗୁଜରାଟର କୃଷକମାନଙ୍କ ପାଇଁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’  ଓ  ଗିରନାରଠାରେ ୨,୩୨୦ ମିଟର ଲମ୍ବା ବିଶିଷ୍ଟ ରୋପ୍‌ୱେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

କିସାନ ସୂର୍ଯ୍ୟୋଦୟ ଯୋଜନା….

ଜଳସେଚନ ପାଇଁ ଦୈନିକ ବିଦ୍ୟୁତ ଯୋଗାଣ ଲାଗି ଏହି ଯୋଜନାର ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ, ଚାଷୀମାନଙ୍କୁ ଭୋର ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏଥିପାଇଁ ୩,୫୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି। ୨୦୨୩ ସୁଦ୍ଧା ଏହି ଯୋଜନାରେ ବିଦ୍ୟୁତ୍‌ ବିତରଣ ଭିତ୍ତିଭୂମି ନିର୍ମାଣ କରାଯିବ।

ଶିଶୁ ହୃଦ୍‌ରୋଗ ହସ୍ପିଟାଲ୍‌…

ୟୁ.ଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରରେ ଭାରତର ପ୍ରଥମ ଅତ୍ୟାଧୁନିକ ଓ.ଟି. ସହିତ କାର୍ଡିଆଲ ଆଇସିୟୁ ଅନ୍‌ ହ୍ୱିଲ୍‌ ବ୍ୟବସ୍ଥା ରହିବ। ଯେଉଁଥିରେ ଭେଣ୍ଟିଲେଟର, IABP, ହେମୋଡାୟଲିସିସ୍, ଇସିଏମଓ ଆଦିର ବ୍ୟବସ୍ଥା ଉପଲ୍ଲବ୍ଧ ହେବ। ଏହି ରିସର୍ଚ୍ଚ ସେଣ୍ଟରରେ ୧୪ଟି ଅସ୍ତ୍ରୋପଚାର କେନ୍ଦ୍ର ଏବଂ ୭ଟି କାର୍ଡିଆକ କ୍ୟାଥରଟାଇଜେସନ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ।

ଗିରନାର ରୋପ୍‌ୱେ…

ଏହି ରୋପ୍‌ୱେ ମାଧ୍ୟମରେ ୨.୩ କିମି ଦୂରତାକୁ ମାତ୍ର ୭.୫ ମିନିଟରେ ପାର୍‌ କରିହେବ। ଏହାଛଡ଼ା, ଏହି ରୋପ୍‌ୱେରୁ ଗିରନାର ପର୍ବତ ଚାରିପାଖରେ ରହିଥିବା ଘଞ୍ଚ ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରାକୃତିକ ଦୃଶ୍ୟକୁ ମଧ୍ୟ ପର୍ଯ୍ୟଟକମାନେ ଉପଭୋଗ କରିପାରିବେ। ପ୍ରତି ଘଣ୍ଟାରେ ଏହି ରୋପ୍‌ୱେ ୧,୦୦୦ ଯାତ୍ରୀଙ୍କୁ ବହନ କରିପାରିବାର କ୍ଷମତା ରହିଛି।

ଆହୁରି ପଢ଼ନ୍ତୁ

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

You might also like