କୁମ୍ଭ ମେଳାରେ ବୁଡ ପକାଇଲେ ଶତାଧିକ ସାଧୁ: ଶିବମୟ ହେଲା ପରିବେଶ

ହରିଦ୍ୱାର: ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭ ମେଳା।  ଦୀର୍ଘ ୧୧ ବର୍ଷ ପରେ ଆରମ୍ଭ ହୋଇଛି ପବିତ୍ର ବୁଡ଼। ଆଜି ଭୋର୍ ୪ଟାରୁ ସାହି ସ୍ନାନ ଆରମ୍ଭ ହୋଇଛି। ସକାଳ ୮ଟା ପରେ ସାଧାରଣ ଶ୍ରଦ୍ଧାଳୁ ସ୍ନାନ କରିପାରିବେ। ହର କି ପୌରୀ ଘାଟରେ ଗଙ୍ଗା ଆଳତି କରିବା ପରେ ଶହ ଶହ ସାଧୁ ସନ୍ଥ ସାହି ସ୍ନାନରେ ଭାଗ ନେଇଥିଲେ। ମହାଦେବଙ୍କ ମନ୍ତ୍ର୍ରୋଚ୍ଚାରଣ ସହ ବୁଡ଼ ପକାଇଛନ୍ତି।

ସାଧୁମାନେ ଜୁନ୍ନା ଅଖାଡା, ଆହ୍ୱାନ ଅଖାଡା, ଅଗ୍ନି ଅଖାଡା ଏବଂ କିନ୍ନର ଅଖାଡାରେ ପୂର୍ବାହ୍ନ ୧୧ଟାରେ ହର କୀ ପୌଡୀ ବ୍ରହ୍ମକୁଣ୍ଡରଯେ ଗଙ୍ଗା ସ୍ନାନ କରିବେ। ନିରଞ୍ଜନୀ ଅଖାଡା ଏବଂ ଆନନ୍ଦ ଅଖାଡାରେ ମଧ୍ୟାହ୍ନ ୧ଟାରେ ଏବଂ ମହାନିର୍ବାଣୀ ଅଖାଡା ଏବଂ ଅଟଳ ଅଖାଡାରେ ପ୍ରାୟ ୪ଟାରେ ସ୍ନାନ କରିବେ।

ସମ୍ପୂର୍ଣ୍ଣ ହରିଦ୍ୱାର ଯେପରି ଆଜି ଶିବମୟ ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଏହି ପବିତ୍ର ସହରକୁ ଆସିଛନ୍ତି। ଚଳିତ ଥର କୁମ୍ଭ ମେଳାରେ ରହିଛି ଅନେକ କଟକଣା॥ କରୋନା କଟକଣା ମଧ୍ୟରେ କୁମ୍ଭ ମେଳା ଆୟୋଜିତ ହୋଇଛି। ହରିଦ୍ୱାରରେ ପହଞ୍ଚିବା ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ରହିଛି।

ଏହାଛଡ଼ା ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଥର କୌଣସି ବି ବିଦେଶ ପଯର୍ୟଟକଙ୍କୁ ହରିଦ୍ୱାର ଆସିବାକୁ ଅନୁମତି ମିଳିନି। ଏଥର ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି। ୧୫ ହଜାର ଫୋର୍ସ ମୁତୟନ ହୋଇଥିବା ବେଳେ କୋଣ ଅନୁକୋଣରେ ସିସିଟିଭି ଲଗାଯାଇଛି।

You might also like