କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: କିଛି ଦିନ ଧରି ସୁନା, ରୂପା ଦରରେ ହ୍ରାସ ପରେ ପୁଣିଥରେ Domestic futures marketର Multi Commodity Exchange(MCX)ରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

ଆଜି ପ୍ରାରମ୍ଭରେ MCXରେ କାରବାର ୦.୨% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୦୪୭ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୬% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୩,୫୦୫ ଟଙ୍କାରେ ପହଞ୍ଚିଥିଲା।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୬୫୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩, ୫୦୦ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୨,୦୦୦ ଟଙ୍କା ଥିଲା।

ଏକ୍ସପର୍ଟଙ୍କ କହିବା ଅନୁସାରେ, ଏବେ ଫେଷ୍ଟିଭ୍‌ ସିଜନ୍‌ ଥିବାରୁ ସୁନା-ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି।ଅକ୍ଟୋବର ମାସ ଶେଷ ସୁଦ୍ଧା ଓ ନଭେମ୍ବର ମାସର ୨ ସପ୍ତାହ ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଇପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି। ନଭେମ୍ବରରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୬୦ହଜାର ଟଙ୍କାରେ ପହଞ୍ଚିପାରେ। କାରଣ ଏହି ସମୟରେ ଫେଷ୍ଟିଭ୍‌ ସିଜନ୍‌ ଚାଲିଥିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନା, ରୂପା ଦର ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି।

ଦୀପାବଳି ପାଖାପାଖି ସୁନା ଦରରେ ବୃଦ୍ଧି ହୋଇପାରେ। ଲୋକମାନଙ୍କ ଚାହିଦାକୁ ଦେଖି ଏହି ଦରରେ ବୃଦ୍ଧି ଘଟିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି।

 

You might also like