୨୪ ଘଣ୍ଟାରେ ୯୩ ହଜାର ଆକ୍ରାନ୍ତ ଚିହ୍ନଟ, ୫୧୩ ମୃତ

ବେଲଗାମ୍‌ କରୋନା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ମାତ୍ର ଦିନକରେ ୯୩,୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣ ସଂକ୍ରମିତଙ୍କ ମୃତ ହୋଇଛି। ଦେଶରେ ଦିନକରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୫୧୩ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ କରୋନା। ଠିକ୍‌ ସେହପରି କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩କୁ ବୃଦ୍ଧି ପାଇଛି। ଆଉ ଦେଶରେ ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍‌ କେସ୍- ୬,୯୧,୫୯୭ ରହିଛି। ଏହାସହ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧,୧୬,୨୯,୨୮୯ ଜଣ କରୋନା ଆକ୍ରାନ୍ତ। ଏହାସହ  ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଜଣ ଏଯାବତ ଟିକା ନେଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଗତକାଲି ଦୈନିକ ସଂକ୍ରମଣ ୯୦ ହଜାର ପାଖାପାଖି ରହିଥିଲା। ଗତବର୍ଷ ପରି ଏଥର ମଧ୍ୟ ମହରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତକାଲି ୮୯, ୧୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ମହାରାଷ୍ଟ୍ରରୁ ଥିଲେ ୪୭, ୮୨୭ଜଣ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ଗତକାଲି ୭୧୩୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ରାଜ୍ୟରେ ବି ସ୍ଥିତି ସଙ୍ଗୀନ ହୋଇଛି।

ତେବେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ସହରରେ ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ସହରରେ ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କର୍ଫ୍ୟୁ ପାଇଁ ୭ ଦିନ  ବାର୍, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ବନ୍ଦ ରହିଛ। କିନ୍ତୁ ଏହି ସମୟରେ ହୋମ୍ ଡେଲିଭରିକୁ ଅନୁମତି ମିଳିଛି।

ଏପଟେ ଛତିଶଗଡ଼ ପଟୁ ମାଡ଼ି ଆସୁଥିବା ମହାମାରୀକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ଆସନ୍ତାକାଲିଠୁ ଲାଗୁ ହେବ ରାତ୍ରି କାଳୀନ କର୍ଫ୍ୟୁ। ରାତି ୧୦ରୁ ସକାଳ ୫ଟା ଯାଏଁ ଜାରି ରହିବ କଟକଣା। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ କାହାରିକୁ ଯାଆସ ପାଇଁ ଅନୁମତି ମିଳିବନି। ସେପଟେ ଛତିଶଗଡ଼ ଷ୍ଟ୍ରେନ୍ କେତେ ମାରାତ୍ମକ ତାହା ଜାଣିବାକୁ ସମୀକ୍ଷା ଚାଲିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଏଣେ ଗଂଜାମ ଜିଲ୍ଲା ପ୍ରଶାସନ ବି ଦଣ୍ଡନାଚ କଟକଣାକୁ ଆହୁରି କଡ଼ା କରିଛି।

You might also like