ପୁଣି ବଢିଲା LPG ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇଥିବାବେଳେ ପୁଣି ସେମାନଙ୍କୁ ମିଳିଛି ଆଉ ଏକ ଝଟକା। ପୁଣି ଥରେ ବଢିଛି ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦାମ। ସୋମବାର ଏଲପିଜି ଦାମ ୨୫ ଟଙ୍କା ବଢିଥିବା ଜଣାଯାଇଛି । ଗୋଟିଏ ମାସରେ ଏଲପିଜି ଦର ଦୁଇଥର ବଢିଲାଣି ଖାଉଟି ଚିନ୍ତାରେ ପଡିଛନ୍ତି।

LPG ଦର କ୍ରମାଗତ ଭାବେ ବଢି ଚାଲିଛି। ଗୋଟିଏ ମାସରେ ଏକାଧିକ ବାର ବଢିଲାଣି LPG ସିଲିଣ୍ଡର ଦାମ।  ଏହା ପୂର୍ବରୁ ଫେବ୍ରୁଆରୀ ୪ ତାରିଖ LPG ସିଲିଣ୍ଡରର ଦରବୃଦ୍ଧି ହୋଇଥିଲା। ସେତେବେଳେ ପ୍ରାୟ ୨୫ ଟଙ୍କାର ଦର ବୃଦ୍ଧି କରିଥିଲେ ସରକାର। ଏହା ପରେ ୧୪ ତାରିଖ ପୁଣି ୫୦ ଟଙ୍କା ବଢାଇଥିଲେ।  ଫେବ୍ରୁଆରୀ ୨୫ ତାରିଖରେ ପୁଣି ଥରେ  LPG ସିଲିଣ୍ଡର ଦାମ୍‌ ୨୫ ଟଙ୍କା ବଢିଥିବାବେଳେ ଆଜି ପୁଣି ୨୫ ଟଙ୍କ ବଢିଛି।

କେବଳ ଫେବ୍ରୁଆରୀ ମାସରେ LPG ସିଲିଣ୍ଡର ପିଛା ଦାମ ୧୦୦ ଟଙ୍କା ବଢିଛି। ଆଜିକୁ ମିଶାଇ ଗତ ଏକମାସ ମଧ୍ୟରେ ୪ର୍ଥ ଥର ପାଇଁ ସିଲିଣ୍ଡରର ଦରବୃଦ୍ଧି ଘଟିଛି। ଗତ ଏକ ମାସ ମଧ୍ୟରେ ସିଲିଣ୍ଡର ଦର ୧୨୫ ଟଙ୍କା ବଢିଲାଣି। ଡିସେମ୍ବରରେ ମଧ୍ୟ ସିଲିଣ୍ଡର ଦର ୨ ଥର ବଢିଥିଲା ଏବଂ ପ୍ରତ୍ୟକ ଥର ୫୦ ଟଙ୍କା ଲେଖାଏ ବଢିଥିଲା। ଡିସେମ୍ବରୁ ବର୍ତ୍ତମାନ ସୁଦ୍ଧା ଦେଖିଲେ,  LPG ମୂଲ୍ୟ ୨୨୫ ଟଙ୍କା ବୃଦ୍ଧି ପାଇଛି।

ସୂଚନାଥାଉ କି, ବର୍ତ୍ତମାନ ୧୪.୨ କିଲୋଗ୍ରାମ ନନ୍‌ ସବ୍‌ସିଡି ଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ଏବେ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡ଼ିବ। ଏହି ଦର ଆଜିଠାରୁ ଲାଗୁ ହେବ।

ଦରବୃଦ୍ଧି ପରେ ଭୁବନେଶ୍ୱରରେ ସିଲିଣ୍ଡରର ଦାମ ୮୪୫ ଟଙ୍କା ୫୦ ପଇସା । ଦିଲ୍ଲୀରେ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ରେଟ୍‌ ୭୯୪ରୁ ବୃଦ୍ଧି ପାଇ ୮୧୯ ଟଙ୍କାରେ ପହଞ୍ଚିଛି। ଏହାବ୍ୟତୀତ ମୁମ୍ବାଇରେ ସିଲିଣ୍ଡରର ଦାମ୍‌ ୮୧୯ଟଙ୍କା ଥିବାବେଳେ କୋଲକାତାରେ ୮୪୫.୫୦ଟଙ୍କା, ଚେନ୍ନାଇରେ ୮୩୫  ଟଙ୍କା ରହିଛି। କହିରଖିବୁ, ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ଦରଦାମ୍‌ରେ ପରିବର୍ତ୍ତନ ହୋଇଥାଏ। ୧୯ କିଲ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୯୦.୫୦ ପଇସା ବୃଦ୍ଧି ପାଇଛି। ଏବେ ଦିଲ୍ଲୀରେକମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୧୬୧୪ ଟଙ୍କା ହୋଇଯାଇଛି। ସେହିପରି ମୁମ୍ବାଇରେ ୧୫୬୩.୫୦, କୋଲକାତାରେ ୧୬୮୧.୫୦ ଏବଂ ଚେନ୍ନାଇରେ ୧୭୩୦ଟଙ୍କା ରହିଛି।

ଏହା ପୂର୍ବରୁ ରାଜଧାନୀରେ ୧୯ କିଲୋ ସିଲିଣ୍ଡରର ଦାମ ୧୫୩୩ଟଙ୍କା ଥିବାବେଳେ କୋଲକାତାରେ କୋଲକାତାରେ ୧୫୯୮.୫୦ ଟଙ୍କା  ଥିଲା୧ ମୁମ୍ବାଇରେ ଏହାର ଦାମ୍‌ ୧୪୮୨.୫୦ ଟଙ୍କା ଥିବାବେଳେ ଚେନ୍ନାଇରେ ଏହାର ଦାମ ୧୬୪୯ ଟଙ୍କା ରହିଥିଲା।

You might also like