ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ
ନୂଆଦିଲ୍ଲୀ: ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ, ଯାହାକି ରାତି ୧୧ଟା ୧୫ ମିନିଟ୍ରେ ଆରମ୍ଭ ହୋଇ ରାତି ୨ଟା ୩୪ ମିନିଟ୍ରେ ଶେଷ ହେବ।
ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ ମହାସାଗର,ଆଣ୍ଟାର୍ଟିକା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।
ଚଳିତ ବର୍ଷ ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଆଜି ପରେ ତୃତୀୟ ଗ୍ରହଣ ଜୁଲାଇ ଓ ଚତୁର୍ଥ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ରେ ଲାଗିବ।