ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ

ସାରା ଅଞ୍ଚଳରେ ଆଧ୍ୟାତ୍ମିକତାର ବାତାବରଣ

ପ୍ରୟାଗରାଜ : ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ। ଗତକାଲି ଭୋରରୁ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ସ୍ନାନ ନୀତି।

ମଧ୍ୟରାତ୍ରରେ ଦିବ୍ୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଦୀପ ମହାଯଜ୍ଞ , ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୀଘ୍ର ହେଉ ବୋଲି ଆୟୋଜନ କରାଯାଇଛି। ପାଖାପାଖି ୩ ହଜାର ଦୀପ ପ୍ରଜ୍ୱଳନ କରି ପ୍ରଭୁ ଶିବଙ୍କୁ ଆରଧାନା କରାଯିବା ସହ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେଉ ବୋଲି ମନସ୍କାମନା କରିଛନ୍ତି ସାଧୁ ଓ ଶ୍ରଦ୍ଧାଳୁ।

 

 

You might also like