ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ।

ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି । ଭାରତ-ଚୀନ ସାଂପ୍ରତିକ ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଡାକିଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୧୯ ତାରିଖରେ ସର୍ବଦଳୀୟ ବୈଠକ ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ। ୧୯ ତାରିଖ ଅପୂରାହ୍ନ ୫ଟା ବେଳେ ଏହି ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନୈତିକ ଦଳର ସଭାପତି ଯୋଗ ଦେବେ।

ଅନ୍ୟପକ୍ଷେ ଏହି ଘଟଣାରେ ରାଜନାଥ ସିଂଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି,
ଯବାନଙ୍କ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ ଘଟଣା। ନିଜ ପ୍ରାଣବଳି ଦେଇ ଆମ ଯବାନ ଅସୀମ ସାହସ ପ୍ରଦର୍ଶନ କରିଛନ୍ତି। ଦେଶ କେବେ ବି ସେମାନଙ୍କ ସାହସ ଓ ପ୍ରାଣବଳିକୁ ଭୁଲି ପାରିବନି।

ଏଥି ସହିତ ସହିଦଙ୍କ ଶୋକାତୁର ପରିବାରକୁ ସମବେଦନା ଜଣାଇଛନ୍ତି ରାଜନାଥ।  ଏ କଠିନ ସମୟରେ ଦେଶ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେବ। ଭାରତର ବୀର ଯବାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ କହିଲେ ରାଜନାଥ।

You might also like