ଟ୍ରାଫିକ୍‌ ନିୟମରୁ ତୁରନ୍ତ ବର୍ତ୍ତିବା ପାଇଁ ଏମିତି କଲେ ଇନ୍ସ୍ୟୁରାନ୍ସ ଏଜେଣ୍ଟ

ଭଦୋଦରା: ମୋଟର ଯାନ ନିୟମରେ ପରିବର୍ତ୍ତନ ପରେ କିଏ କେତେ ଉପାୟ ଆପଣାଉଛନ୍ତି। ଏହା ବର୍ତ୍ତମାନ କଡ଼ାକଡ଼ି ହୋଇଯାଥିବାରୁ ସମସ୍ତେ ସବୁ ଡକ୍ୟୁମେଣ୍ଟ ଠିକ୍‌ ଅଛି କି ନା ଯାଞ୍ଚ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାର ପ୍ରୟାସ କରୁଛନ୍ତି। କିନ୍ତୁ କିଛି ଲୋକ ଏଭଳି କିଛି ଉପାୟ ଆପଣାଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି।

ଆମେ ଏଭଳି ଜଣକ କଥା କହୁଛୁ ଯେକି ମୋଟର ଭେଇକିଲ ଆକ୍ଟ (ଆମେଣ୍ଡମେଣ୍ଟ) ଆଇନ ୨୦୧୯ର ମୁକାବିଲା ପାଇଁ ନୂଆ ଉପାୟ ଆପଣାଛନ୍ତି। ରାମ ଶାହ ନାମକ ଏହି ଇନ୍ସ୍ୟୁରାନ୍ସ ଏଜେଣ୍ଟ ନିଜର ଡ୍ରାଇଭିଂ ଲାଇସେନ୍ସ, ଇନ୍ସ୍ୟୁରାନ୍ସ ସ୍ଲିପ୍‌, ପିୟୁସି ସାର୍ଟିଫିକେଟ୍‌ ଏବଂ ବାଇକ୍‌ ରେଜିଷ୍ଟ୍ରେସନ୍‌ ସବୁକିଛି ହେଲମେଟ୍‌ରେ ଲଗାଇଛନ୍ତି। ସେ କହିଛନ୍ତି ମୋତେ ପୁଲିସ୍‌ ଅଟକାଇବା ମାତ୍ରେ ଏସବୁ ଦେଖାଇଦେବି। ଏହାଫଳରେ ନା ମୁଁ ହଇରାଣ ହେବି ନା କେବେ ଫାଇନ୍‌ ଦେବି।

ଗତ କିଛି ଦିନରେ ଜୋରିମାନା ପରିମାଣ ଏତେ ବଢ଼ିଯାଇଛି ଯେ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ। ଏପରିକି ଓଡ଼ିଶାର ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ୮୬,୫୦୦ ଟଙ୍କା ଜୋରିମାନା ଚାଲାଣ କଟାଯାଇଥିବା କୁହାଯାଇଥିଲା। ପରେ ସେ କିଛି ଡକ୍ୟୁମେଣ୍ଟ ଦେଖାଇବାରୁ ଏଥିରେ ହ୍ରାସ ହୋଇ ୭୦ ହଜାରରେ ପହଞ୍ଚିଥିଲା।

You might also like