ରାଜ୍ୟପାଳ ଓ ସାଂସଦ ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍ସି ସାଂସଦ ମହୁଆ ମିତ୍ର ମୁହାଁମୁହିଁ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଓଏସଡ଼ି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହୁଆ । ରାଜ୍ୟପାଳ ନିଜ ସମ୍ପର୍କୀୟଙ୍କୁ ବିନା କୌଣସି ଅଭିଜ୍ଞତାରେ ନିଯୁକ୍ତି ଦେଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ ୬ରୁ ୭ ଜଣ ଏପରି ଭାବେ ବେଆଇନ ଭାବେ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହୁଆ। ଯାହାର ଜବାବ ରଖିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

ମହୁଆଙ୍କ ସମସ୍ତ ଅଭିଯୋଗ ମିଛ। ତାଙ୍କର ୩ ଜଣ ଓଏସଡ଼ି ଅଲଗା ଅଲଗା ଜାତିର। ତେଣୁ ତାଙ୍କ ସମ୍ପର୍କୀୟ କିପରି ହେଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି? ପଶ୍ଚିବଙ୍ଗରେ ବିଗିଡ଼ି ଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରୁ ନଜର ହଟାଇବାକୁ ମମତାଙ୍କ ସରକାର ଏପରି କରୁଥିବା ରାଜ୍ୟପାଳ ଟ୍ୱିଟ୍‌ କରି କହିଛନ୍ତି।

ତେବେ ଗତ କିଛି ଦିନ ହେବ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ ରାଜନୀତି। କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ କାହିଁକି ଯୋଗ ଦେଲେ ନାହିଁ, ତାର ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି କେନ୍ଦ୍ର ସରକାର । ଡିସାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ଏହି ନୋଟିସ୍ ଜାରି କରାଯାଇଥିବା ବେଳେ ୩ ଦିନ ଭିତରେ ଏହାର ଉତ୍ତର ଦେବାକୁ କୁହାଯାଇଥିଲା । ବାତ୍ୟା ୟାସର ସମୀକ୍ଷା ପାଇଁ ଗତ ଶୁକ୍ରବାର ମୋଦି ଡାକିଥିବା ବୈଠକକୁ ମମତା ବାନାର୍ଜୀ ଓ ଆଲାପନ ବନ୍ଦୋପାଧ୍ୟାୟ ଡେରିରେ ଯାଇଥିଲେ । ଏପରିକି ମୋଦି ଓ ରାଜ୍ୟପାଳଙ୍କୁ ଅପେକ୍ଷା କରାଇଥିଲେ ସେମାନେ ।

You might also like