କନ୍ୟା ସନ୍ତାନ ଜନ୍ମଦେଲେ ଟିଏମ୍‌ସି ସାଂସଦ: ନା ରଖିଲେ ‘କରୋନା’

କୋଲକାତା: ଦେଶରେ କୋରନା ଭୂତାଣୁ ଲାଗତର ଭାବେ ବଢ଼ି ଚାଲିଛି। ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। କରୋନାକୁ ନେଇ ଦେଶରେ ନାନା ପ୍ରକାର ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କରୋନା ତାଣ୍ଡବ ଭିତରେ ଟିଏମ୍‌ସି ସାଂସଦ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ଏଥିରେ ରୋଚକ କଥା ହେଲା ସାଂସଦ ତାଙ୍କ ସଦ୍ୟଜାତ କନ୍ୟାଙ୍କ ନାଁ ରଖିଛନ୍ତି କରୋନା।

ପଶ୍ଚିମ ବଙ୍ଗଳାର ହୁଗୁଳି ଜିଲ୍ଲାର କନ୍ୟା ସନ୍ତା ଜନ୍ମ ଦେଇ ମାଆ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ଅମ୍ରିତା ପୋଦାର ତାଙ୍କ କୁନି ଝିଅର ଡାକ ନା କରୋନା ରଖିଛନ୍ତି। ଦୁନିଆ କରୋନା ସହିତ ଲଢ଼ୁଥିବା ସମୟରେ ଝିଅଟି ଜନ୍ମ ହୋଇଥିବାରୁ ଅମ୍ରିତା ଓ ତାଙ୍କ ସ୍ୱାମୀ ଶକୀର ଖାନ କୁନି ଝିଅର ନାଁ କରୋନା ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଅମ୍ରିତା ଦ୍ୱିତୀୟ ଥର ପାଇଁ ଆରାମବାଗ ଆସନରୁ ସାଂସଦ ନିର୍ବାଚିତ ହୋଇଛନ୍ତି। ସବୁଠାରୁ ମଜା କଥା ହେଲା ଅପରୂପାଙ୍କର ମଧ୍ୟ ଦୁଇଟି ନାଁ ରହିଛି। ଗୋଟିଏ ଅପରୂପା ପୌଦାର ଓ ଅନ୍ୟଟି  ଅଫ୍‌ରିନ୍‌ ଅଲ୍ଲୀ।

ଅପରୂପାଙ୍କ ସ୍ୱାମୀ ଶକୀର ଅଲ୍ଲୀଙ୍କ କହିବାନୁସାରେ, ଝିଅର ମୁଖ୍ୟ ନାଁ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ସେ କୁନି ଝିଅର ମୁଖ୍ୟ ନାଁ ଦେବେ।

You might also like