ମମତା ବାନାର୍ଜୀଙ୍କ ପୁତୁରାଙ୍କ ଘରେ ପହଞ୍ଚିଲା ସିବିଆଇ : ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ପଚରାଉଚରା କରିବାକୁ ଦେଲା ନୋଟିସ୍

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିବିଆଇ ଅଡ଼ୁଆ। ସିବିଆଇ ସ୍କାନରରେ ମମତାଙ୍କ ପୁତୁରା। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସିବିଆଇ ଜେରା କରିଛି। କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ତାଙ୍କର କୋଲକାତା ଘରେ ପହଞ୍ଚି ଜେରା କରିଥିବା ସୂଚନା ମିଳିଛି।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (CBI) ଅଭିଷେକ ବାନାର୍ଜଙ୍କ ପତ୍ନି ରୁଜିରା ନରୁଲା ବାନାର୍ଜଙ୍କୁ ପଚରାଉଚରା କରିବାକୁ ପହଞ୍ଚିଛି। ଏନେଇ ସିବିଆଇ ପକ୍ଷରୁ ଅଭିଷେକଙ୍କ ପତ୍ନୀଙ୍କୁ ସମନ କରାଯାଇଥିଲା। କେବଳ ଏତିକି ନୁହେଁ  ପ୍ରଥମ ଥର ପାଇଁ କୋଇଲା ଚୋରା ଚାଲାଣ ମାମଲାରେ ପଚରାଉଚରା କରିବା ପାଇଁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ସମନ ଜାରି କରିଛି ସିବଆଇ ।୨୪ ଘଣ୍ଟା ମଧ୍ୟରେ ଅଭିଷେକଙ୍କୁ ହାଜର ହେବାକୁ କୁହାଯାଇଛି । ଆସନ୍ତା ଏପ୍ରିଲରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେଉଥିବାବେଳେ, ତା ପୂର୍ବରୁ ଅଭିଷେକଙ୍କ ଘରେ ସିବିଆଇ ପହଞ୍ଚିବାକୁ ଟିଏମସି ନିନ୍ଦା କରିଛି।

ସିବିଆଇ ପୂର୍ବରୁ ଅଭିଷେକ ବାନାର୍ଜଙ୍କ ସହଯୋଗୀଙ୍କ ଘରେ ରେଡ଼ କରିସାରିଛି। ୩୧ଡିସେମ୍ବର ୨୦୨୦ କୋଲକାତାରେ ତୃଣମୂଳ ୟୁଥ କଂଗ୍ରସର ଜେନେରାଲ ସେକ୍ରେଟାରୀ ବିନୟ ମିଶ୍ରାଙ୍କ ଘରେ ଚଢ଼ାଉ କରିଥିଲା। ସେହିପରି ସିବିଆଇ କୋଇଲା ଚୋରା ଚାଲାଣ ମାମଲରେ ୨୮ ନମେଭମ୍ବର ୨୦୨୦ରେ ତିନି ରାଜ୍ୟର ୪୦ଟି ଭିନ୍ନ ସ୍ଥାନର ଚଢ଼ାଉ କରିଥିଲା ସିବିଆଇ, ଯେଉଁଥିରେ ପଶ୍ଚିମ ବଙ୍ଗ ମଧ୍ୟ ସାମିଲ ଥିଲା। କୋଲକାତା ସମେତ ଆସନସୋଲ, ଦୁର୍ଗାପୁର, ରାଣୀଗଞ୍ଜ୍‌, ବର୍ଦୱାନ ଏବଂ ୨୪ ପ୍ରଗଣାରେ ମଧ୍ୟ ଚଢଉ କରିଥିଲା ସିବିଆଇ ।

You might also like