ତିୱା ପୌର ନିର୍ବାଚନରେ ବିଜେପିର ବଡ଼ ବିଜୟ; ବୈଜୟନ୍ତ କହିଲେ, ଆସାମବାସୀ ମୋଦିଙ୍କ ସହ ଅଛନ୍ତି

ଦିସପୁର: ଆସାମର ବୋଡୋ ବିଟିସି ପୌର ନିର୍ବାଚନରେ ସଫଳତା ସହ କ୍ଷମତା ଦଖଲ କରିବା ପରେ ତିଓ୍ୱା ପୌର ନିର୍ବାଚନରେ ମଧ୍ୟ ବିଜେପିର ବଡ଼ ବିଜୟ ହୋଇଛି। ଏହି ନିର୍ବାଚନରେ ବିଜେପି ୩୬ଟି ଆସନରୁ ୩୫ ଆସନରେ ବିଜୟ ଲାଭ କରିଛି। ଏଥିରୁ ହିଁ ଆସାମବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଥିବା କହିଛନ୍ତି ଆସାମର ବିଜେପି ପ୍ରଭାରି ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏହି ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ ସମେତ ରାଜ୍ୟର ଅନ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଚଳିତ ବର୍ଷ ନଭେମ୍ବର ୧୩ ତାରିଖରେ ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରାଯାଇଥିଲା। ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଥିଲା।  ଏହାପୂର୍ବରୁ ବୈଜୟନ୍ତ ସଫଳତାର ସହ ମଣିପୁର ଉପନିର୍ବାଚନ ପରିଚାଳନା କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମ୍ ବିଜେପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

You might also like