ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତୀରଥ ସିଂହ ରାଓ୍ଵତ୍

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତୀରଥ

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତୀରଥ ସିଂହ ରାଓ୍ଵତ୍। ଅନେକ ପୁରୁଖା ନେତାଙ୍କୁ ପଛରେ ପକାଇ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଥିଲେ ତିରଥ। ୨୦୧୩ ଫେବ୍ରୁଆରୀ ୯ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତିରଥ ସିଂ ଉତ୍ତରାଖଣ୍ଡ ବିଜେପିର ମୁଖ୍ୟ ଥିଲେ। ତେବେ ୨୦୧୨ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏହାସହ ଗତକାଲି ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ତ୍ରିବେନ୍ଦ୍ର ସିଂହ ରାୱତ କିଛି ଦିନ ପୂର୍ବରୁ  ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ ଅନୁମାନ କରାଯାଉଥିଲା। ଗତକାଲି ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

୨୦୧୩ ଫେବ୍ରୁଆରି ୯ ତାରିଖରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତୀରଥସିଂହ ରାଓ୍ଵାତ୍‌ ଉତ୍ତରାଖଣ୍ଡ ‘ବିଜେପି’ର ମୁଖ୍ୟ ଥିଲେ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ ମଧ୍ୟ ଚୌବଟ୍ଟାଖାଲ ନିର୍ବାଚନ ମଣ୍ଡଳୀରୁ ଉତ୍ତରାଖଣ୍ଡ ବିଧାନସଭାର ବିଧାୟକ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ତୀରତଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

You might also like