’କଳିଯୁଗର ରାମ ନରେନ୍ଦ୍ର ମୋଦି’ : ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଭୋଳ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ
ଡେରାଡୁନ: ପୁରୁଷୋତ୍ତମ ରାମଙ୍କ ସହ ମୋଦିଙ୍କ ତୁଳନା। ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନ ରାମ ଓ ପ୍ରଭୁ ଶ୍ରୀଷ୍ଣଙ୍କ ସହ ତୁଳନା କରିଛନ୍ତି। ଦ୍ୱାପର ଓ ତ୍ରେତୟା ଯୁଗରେ ଯେପରି ଭଗବାନ ରାମ ଓ କୃଷ୍ଣଙ୍କୁ ତାଙ୍କ କାମ ପାଇଁ ଲୋକେ ଭଗବାନ ମାନୁଥିଲେ, ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗାମୀ ସମୟରେ ଭଗବନାଙ୍କ ଅବତାର ବୋଲି ଜନତା ନିଶ୍ଚୟ ସ୍ୱୀକାର କରିବେ । ହରିଦ୍ୱାରାରେ ହଂସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତିରଥ ସିଂ ରାୱତ ଏପରି ବିବୃତି ଦେଇଛନ୍ତି ।
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଏବେ ମୋଦିଙ୍କ ପ୍ରେମର ପୂରା ଭୋଳ। ତିରଥ ସିଂ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନଙ୍କ ସହ ତୁଳନା କରି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । ହରିଦ୍ୱାର ନେତ୍ର କୁମ୍ଭ କାର୍ଯ୍ୟକ୍ରମରେ ତିରଥ ସିଂ ରାୱତ ମୋଦିଙ୍କ ପ୍ରଶଂସା କରୁ କରୁ ଏପରି ଭାବନାରେ ବହିଗଲେ, ଯେ ସେ ତାଙ୍କୁ କଳିଯୁଗର ଭଗବାନ ରାମ ବୋଲି କହିଦେଲେ। କେବଳ ଏତିକି ନୁହେଁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜଣେ ଚମତ୍କାରୀ ବ୍ୟକ୍ତି। ସେ ତାଙ୍କ କାର୍ଯ୍ୟକଳାପ ମାଧ୍ୟମରେ ଏହା ପ୍ରମାଣିତ କରିଛନ୍ତି।
ପୂର୍ବରୁ ଭାରତର ମୁଖ୍ୟମାନେ ସାରା ଦୁନିଆରେ ଅଜଣା ହୋଇ ରହିଯାଉଥିଲେ । ହେଲେ ମୋଦି ସେହି ଧାରାକୁ ବଦଳାଇ ସାରା ବିଶ୍ୱରେ ଭାରତର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଇତିହାସର ପୃଷ୍ଠାର ଏହାର ଉଲ୍ଲେଖ ହେବ ନିଶ୍ଚୟ। ବଡ଼ ବଡ଼ ନେତା ମୋଦିଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ। ଆଜି ବିଶ୍ୱର ବଡ ନେତାମାନେ ମୋଦିଙ୍କ ସହ ଫଟୋ ଉଠାଇବାକୁ ଆଗଭର ହେଉଥିବା ଦେଖିବାକୁ ମିଳୁଛି।
ପ୍ରଧାନମନ୍ତ୍ରୀ ଦେଶରେ ଯେଉଁ ସବୁ ଜନକଲ୍ୟାଣ ଯୋଜନା ତଥା କାମ ହାତକୁ ନେଇଛନ୍ତି, ତାହା ତାଙ୍କୁ ଆଗାମୀ ସମୟରେ ନିଶ୍ଚୟ ଲୋକଙ୍କ ନିକଟରେ ସ୍ମରଣୀୟ କରି ରଖିବ । ଦେଶ ପାଇଁ ମୋଦି ଯେପରି ମନ ଲଗାଇ କାର୍ଯ୍ୟ କରୁଛନ୍ତି, ଲୋକମାନେ ତାଙ୍କର ଜୟ-ଜୟକାର କରିବା ଉଚିତ । କେବଳ ଏତିକି ନୁହେଁ ତିରଥ ସିଂହ ରାୱତ ନେତ୍ର କୁମ୍ଭ କାର୍ଯ୍ୟକ୍ରମରେ କହିଛନ୍ତି, ‘ମୋଦି ହେ ତୋ ମୁମ୍କିନ୍ ହେ’ ।
#WATCH | Lord Ram worked for the same society & people started to believe that He was a God. In the coming time, Narendra Modi will also be seen at par with Him (Lord Ram): Uttarakhand CM Tirath Singh Rawat pic.twitter.com/xjw04hSsai
— ANI (@ANI) March 15, 2021
ସେପଟେ ନୂଆ ମୁଖ୍ୟମନ୍ତ୍ର ତିରଥ ସିଂ ରାୱତଙ୍କ ଏପରି ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ନାରାବାଜି କରିଛି କଂଗ୍ରେସ। ମଧ୍ୟପ୍ରଦେଶ କଂଗ୍ରେସ ଟ୍ୱିଟ କରି ଲେଖିଛି, ପ୍ରଧାନମନ୍ତ୍ରୀଙ୍କ ଚାଟୁକାରିତାର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ନବନିଯୁକ୍ତ ମୁଖ୍ୟମନ୍ତ୍ରୀ । ନରେନ୍ଦ୍ର ମୋଦିଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କରିବାକୁ ସେ ସାହସ କିପରି କଲେ। କଂଗ୍ରେସର ବରିଷ୍ଠ ନେତା ସଜ୍ଜନ ସିଂ ବର୍ମାଙ୍କ ନେତୃତ୍ୱରେ ତିରଥ ସିଂ ରାୱତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।