ଆଜିଠୁ ଟ୍ରେନ୍‌ ବୁକିଂ: ଯାତ୍ରା ପୂର୍ବରୁ ସାଙ୍ଗରେ କ’ଣ ନେବେ, ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ଅନ୍‌ଲାଇନରେ ବୁକିଂ ହେବ ଏହି ଟିକେଟ। ଏ ନେଇ ରେଳ ବିଭାଗ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ଯାତ୍ରୀ ଏହି ଗାଇଡଲାଇନ ମାନିବାକୁ ବାଧ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

୧-ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ବିନା ମାସ୍କରେ ଯାଉଥିଲେ ଟ୍ରେନ୍‌ରେ ଯିବାକୁ ଅନୁମତି ମିଳିବ ନାହିଁ।

୨-ଅତି କମ୍‌ରେ ଯାତ୍ରାର ଏକ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡ଼ିବ। କାରଣ ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ। ଯେଉଁମାନଙ୍କର କରୋନା ଲକ୍ଷଣ ନ ଥିବ କେବଳ ସେଇମାନଙ୍କୁ ହିଁ ଟ୍ରେନରେ ଯିବା ପାଇଁ ଅନୁମତି ମିଳିବ।

୩-ସବୁ ଯାତ୍ରୀଙ୍କ ମୋବାଇଲ୍‌ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ବାଧ୍ୟ। କାରଣ ଏହି ଆପ୍‌ ଆପଣଙ୍କୁ କରୋନା ସମ୍ପର୍କିତ ସୂଚନା ଦେବ।

୪-ଯେଉଁ ଯାତ୍ରୀଙ୍କ ଟିକେଟ କନ୍‌ଫର୍ମ ହୋଇଥିବ ସେମାନଙ୍କୁ ସ୍ପେଶାଲ ଟ୍ରେନ୍‌ରେ ଯିବା ପାଇଁ ଅନୁମତି ମିଳିବ।

୫-ଟ୍ରେନ୍‌ରେ ଯିବା ପୂର୍ବରୁ କମ୍ବଳ ଓ ବେଡସିଟ ସାଥୀରେ ନେଇ ଯାଆନ୍ତୁ। କାରଣ ରେଳ ବିଭାଗ ପକ୍ଷରୁ ଆଉ ଏସବୁ ଯୋଗାଇ ଦିଆଯିବ ନାହିଁ।

୬-ଟ୍ରେନ ଯାତ୍ରୀଙ୍କୁ ସାଙ୍ଗରେ ସମସ୍ତ ପ୍ରକାର ଖାଦ୍ୟ-ପାନୀୟ ନେଇ ଯିବାକୁ ପଡ଼ିବ। କାରଣ ଯାତ୍ରା ସମୟରେ ଏସବୁ କିଛି ମିଳିବ ନାହିଁ।

 

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like