ସବୁଠୁ ଅଧିକ ରୋଜଗାରିଆ ଆପ୍‌ କିଏ ? ଜାଣନ୍ତି, ତା’ର ବାର୍ଷିକ ଆୟ କେତେ ?

ନୂଆଦିଲ୍ଲୀ: ଟିକଟକ୍‌ ନମ୍ୱର ଓ୍ୱାନ ଆପ୍‌। ଭାରତରେ ବ୍ୟାନ ସତ୍ତ୍ଵେ ସବୁଠାରୁ ଅଧିକ ରୋଜଗାର କରିଥିବା ଆପ ହେଉଛି ଟିକଟକ୍‌। ବ୍ୟବସାୟ କ୍ଷେତ୍ରରେ ସାରା ବିଶ୍ୱରେ ଏହି ଆପ ସଫଳତା ହାସଲ କରିଛି। ୨୦୨୦ରେ ବିଶ୍ୱରେ ସର୍ବାଧିକ ଆୟ କରିଥିବା ଆପ ମଧ୍ୟରେ ସବୁଠାରୁ ଆଗରେ ରହିଛି ଟିକଟକ। କେବଳ ୨୦୨୦ ମସିହାରେ ଟିକଟକ ୫୪୦ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ଆପ ଆନାଲିଟିକସ ଫାର୍ମ ଆପଟୋପିଆର ତଥ୍ୟ ଅନୁଯାୟୀ ଟିକଟକ ପଛକୁ ରହିଛି ଡେଟିଂ ଆପ ଟିଣ୍ଡର। ମାତ୍ର ଗୋଟିଏ ବର୍ଷରେ ଏହି ଆପ ରୋଜଗାର କରିଛି ୫୧୩ ମିଲିୟନ ଡଲାର। ଟିକଟକ ପରେ ସହ ଟିଣ୍ଡର ଆପ୍‌ ଦ୍ୱିତୀୟ ସ୍ଥାନରେ ରହିଛି ।

ଟିକଟକ ଏବଂ ଟିଣ୍ଡର ଆପ ପରେ ତୃତୀୟ ସ୍ଥାନରେ ରହିଛି ଲୋକପ୍ରିୟ ଭିଡିଓ ସାଇଟ ୟୁ-ଟ୍ୟୁବ। ବର୍ଷ ୨୦୨୦ରେ ୟୁ-ଟ୍ୟୁବ ୪୭୮ ମିଲିୟନ ଡଲାର ରୋଜଗାର କରିଛି। ସେହିପରି ଡିସନେ ୩୧୪ ମିଲିୟନ ଡଲାର ରୋଜଗାର କରି ଚତୁର୍ଥ ସ୍ଥାନ ହାସଲ କରିଛି। ତା ପଛକୁ ୩୦୦ ମିଲିୟନ ଡଲାର ଇନକମ କରିଛି ଟେନସେଣ୍ଟ। ରୋଜଗାରକୁ ଦେଖି ସେ ପଞ୍ଚମ ସ୍ଥାନରେ ରହିଛି। ଆଉ ସବୁଠୁ ପପୁଲାର ଆପ ନେଟଫ୍ଲିକ୍ସ ୨୦୯ ମିଲିୟନ ଡଲାର ରୋଜଗାର କରି ଦଶମ ସ୍ଥାନ ହାସଲ କରିଛି।

ଖାଲି ଏମିତି ନୁହଁ, ବର୍ଷ ୨୦୨୦ରେ ଟିକଟକ ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଆପ ମଧ୍ୟରେ ସ୍ଥାନ ପାଇଛି। ସାରା ବିଶ୍ୱରେ ଟିକଟକକୁ ପ୍ରାୟ ୮୫୦ ମିଲିୟନ ୟୁଜର ଡାଉନଲୋଡ କରିଥିବା କୁହାଯାଉଛି। ସେହିପରି ହ୍ୱାଟ୍ସଆପକୁ ୬୦୦ ମିଲିୟନ ଏବଂ ଫେସବୁକକୁ ୫୪୦ ମିଲିୟନ ୟୁଜର ଡାଉନଲୋଡ କରିଛନ୍ତି। ଅନ୍ୟ ଆପଗୁଡିକ ମଧ୍ୟରେ ଫେସବୁକ ମାଲିକାନାରେ ଥିବା ଇନଷ୍ଟାଗ୍ରାମର ଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଇନଷ୍ଟାଗ୍ରାମକୁ ଏବର୍ଷ ପ୍ରାୟ ୫୦୩ ମିଲିୟନ ୟୁଜର ଡାଉନଲୋଡ କରିଛନ୍ତି।

ତେବେ ସବୁଠାରୁ ଦ୍ରୁତଗତିରେ ବ୍ୟବସାୟିକ ସଫଳତା ପାଇଥିବା ଆପଗୁଡିକ ମଧ୍ୟରେ ରହିଛି ଅନଲାଇନ ଭିଡିଓ କଲିଂ ଆପ ଜୁମ। ମହାମାରୀ କରୋନା ସମୟରେ ପ୍ରାୟ ୪୭୭ ମିଲିୟନ ସୋସିଆଲ ମିଡିଆ ୟୁଜର ଜୁମ ଆପକୁ ଡାଉନଲୋଡ କରିଛନ୍ତି। ଟେଲିଗ୍ରାମ ଆପର ଲୋକପ୍ରିୟତା ବଢୁଥିବାରୁ ଏହା ଫେସବୁକ କର୍ପୋରେସନ ପାଇଁ ଆଗାମୀ ଦିନରେ ସମସ୍ୟା ହୋଇପାରେ ବୋଲି କୁହାଯାଉଛି। କେବଳ ୨୦୨୦ ମସିହାରେ ଟେଲିଗ୍ରାମ ପ୍ରାୟ ୫୦୦ ମିଲିୟନ ୟୁଜର ସୃଷ୍ଟି କରିଛି।

You might also like