ଫେଲ୍‌ ମାରିଲା ଟିକ୍‌ଟକ୍ ଷ୍ଟାରଙ୍କ ଯାଦୁ !

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହୋଇଯାଇଛି। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ହରିଆଣା ବିଧାନସଭାର ୯୦ଟି ଆସନରୁ  ବିଜେପି ୩୭, କଂଗ୍ରେସ ୩୩, ଜେଜେପି ୧୦, ଆଇଏନଏଲଡି ୨ ଓ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗୁଆ ଅଛନ୍ତି। ତେବେ ହରିଆଣାରେ ବିଜେପିକୁ ଏକ ପ୍ରକାର ଝଟ୍‌କା ଲାଗିଥିବା କୁହାଯାଉଛି। କାହିଁକି ନା ବିଜେପିର ଅନେକ ମନ୍ତ୍ରୀ ସମେତ ପ୍ରମୁଖ ଚେହେରା ନିର୍ବାଚନ ହାରିଥିବା ଜଣାପଡ଼ିଛି।

ହରିଆଣାର ଆଦମପୁରରୁ ଟିକ୍‌ଟକ୍‌ରେ ଷ୍ଟାର ବନିଥିବା ସୋନାଲି ଫୋଗାଟଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଟିକଟକ୍‌ରେ ତାଙ୍କର କ୍ରେଜ ଥିବାରୁ ଅଦାମପୁରର ଲୋକମାନେ ମଧ୍ୟ ତାଙ୍କୁ ଭୋଟ ଦେବେ ବୋଲି ଦଳ ଆଶା କରିଥିଲା। ହେଲେ ଦଳର ଟିକଟକ୍‌ ଗୋଟି ଚାଳନା ଏଠାରେ ବର୍ତ୍ତମାନ ସୁଦ୍ଧା ଫେଲ ମାରିଛି। ଟିକ୍‌ଟକ୍‌ରେ ସୋନାଲିଙ୍କର ୧ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି।

ସୋନାଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କୁଲଦୀପ ବିଶୋଁଇଙ୍କ ଠାରୁ ୨୪,୫୦୦ ଖଣ୍ତ ଭୋଟରେ ପଛରେ ରହିଛନ୍ତି। ଏବେ ଆଉ ଅଳ୍ପ ରାଉଣ୍ଡ ଭୋଟ ଗଣତି ଥିବାରୁ ସୋନାଲି  କମବ୍ୟାକ୍‌ କରି ପାରିବେ, ତା’ର ଆଶା ବହୁତ କମ୍‌।

ଆହୁରି ମଧ୍ୟ ପଢ଼ନ୍ତୁ: ବିଜେପି ହାତରୁ ଖସିଯିବ କି ହରିଆଣା ?

You might also like