ଘର ଭିତରକୁ ଅଚାନକ ପଶି ଆସିଲା ବାଘ, ଆଉ ତା’ ପରେ….
ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି, ଏକ ବାଘ ଅଚାନକ ଜଣଙ୍କ ଘର ଭିତରକୁ ପଶି ଆସୁଛି। ଏହା ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆତଙ୍କ ଖେଳି ଯାଇଥିଲା। ଏହି ଭିଡିଓକୁ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି ଯାହାଖୁବ୍ ଭାଇରାଲ ହୋଇଛି।
All along we had seen of lion in human landscape at Gujarat.
It’s now getting into more of coexistence with tigers also, across many tiger landscapes.Somewhere in central India🙏
(Source: Corbett Expert) pic.twitter.com/VpYJloEUOJ— Susanta Nanda (@susantananda3) June 22, 2020
ଭିଡିଓରେ ଦେଖିବାକୁ ମିଳିଛି, ବାଘ ଏକ ଘର ଭିତରକୁ ପଶି ଯାଇଛି। ସେଠାରୁ ବାହାରି ଆଉ ଜଣଙ୍କ ଘରକୁ ପଶି ଯାଉଛି। ଲୋକେ ଏହାକୁ ଦେଖି ଦଉଡି ପଳାଉଛନ୍ତି। ମାତ୍ର ୪ ସେକେଣ୍ଡର ଏହି ଭିଡିଓ ଖୁବ ଭାଇରାଲ ହୋଇଛି। ଅବଶ୍ୟ କେତେକ ୟୁଜର୍ସ ଏହାକୁ ପୁରୁଣା ବୋଲି କହିଛନ୍ତି।
ସୁଶାନ୍ତ ନନ୍ଦ ଏହି ଭିଡିଓ ସେୟାର କରି କହିଛନ୍ତି, ଗୋଟିଏ ବାଘ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିବା ଦେଖିବାକୁ ମିଳିଛି। ବାଘଟି ଗାଁ ଭିତରକୁ ପଶିଯାଇଛି। ଏହି ଭିଡିଓଟି ଭାରତର ବୋଲି ମଧ୍ୟ ସେ କହିଛନ୍ତି।