ବନ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ପହଞ୍ଚିଲା ବାଘ, ବିଛଣାରେ ଶୋଇଲା

ନୂଆଦିଲ୍ଲୀ: ବନ୍ୟା ଯୋଗୁ ଆସାମର ସ୍ଥିତି ଖରାପ ହୋଇଥିବା ବେଳେ ଏଥିରୁ ଜାତୀୟ ଉଦ୍ୟାନ ‘କାଜିରଙ୍ଗା’ ବି ବର୍ତ୍ତିପାରିନି। ଅତ୍ୟଧିକ ବର୍ଷା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିଯାଇଛି। ତେଣୁ ଉଦ୍ୟାନରେ ଥିବା ପଶୁମାନେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ସୁରକ୍ଷିତ ସ୍ଥାନ ଖୋଜି ଏକ ମହାବଳ ବାଘ ଜଣଙ୍କ ଘର ଭିତରେ ପଶି ଯାଇଛି। ଉକ୍ତ ଘରେ ଥିବା ଏକ ବିଛଣାରେ ସେ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଜି ଓ୍ୱାଇଲଡ୍ ଟ୍ରଷ୍ଟ୍‌ ଇଣ୍ଡିଆ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍‌ କରାଯାଇଛି। ଏହି ଫଟୋ ଟ୍ୱିଟରରେ ପୋଷ୍ଟ୍ ହେବା ମାତ୍ରେ ଭାଇରାଲ୍ ହୋଇଛି।

କାଜିରଙ୍ଗା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ଯେ ବନ୍ୟା ଯୋଗୁ ଏହାର ୯୫ ପ୍ରତିଶତ ସ୍ଥାନ ପାଣି ଘେରରେ ରହିଛି। ବନ୍ୟା ଯୋଗୁ ୩୦ଟି ପଶୁଙ୍କ ମୃତ୍ୟୁ ହୋଇସାରିଛି। କିଛି ବର୍ଷ ପୂର୍ବେ ବନ୍ୟା ଯୋଗୁ ଏହି ଜାତୀୟ ଉଦ୍ୟାନରେ ୩୬୦ ପଶୁ ମରି ଯାଇଥିଲେ।

You might also like