ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

ନୂଆଦିଲ୍ଲୀ: ଆହୁରି ଅଧିକ ସଶକ୍ତ ହେବ ଭାରତୀୟ ବାୟୁ ସେନା । ରାଫେଲ ଲଢୁଆ ବିମାନ କ୍ଷେତ୍ରରେ ବାୟୁସେନାକୁ ଆସନ୍ତା ଏପ୍ରିଲ ସୁଦ୍ଧା ଅଧିକା ୧୬ଟି ବିମାନ ହସ୍ତାନ୍ତର କରାଯିବ। ନଭେମ୍ବର ୫ରେ ଅମ୍ବାଲା ଏୟାର ବେସ୍‌ରେ ଲ୍ୟାଣ୍ଡ କରିବ ୩ଟି ରାଫେଲ।

ସେହିଭଳି ପଯର୍ୟାୟ କ୍ରମେ ଜାନୁଆରୀ ଓ ମାର୍ଚ୍ଚରେ ୩ଟି ଏବଂ ଏପ୍ରିଲରେ ଅନ୍ୟ ୭ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ। ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ବାୟୁ ସେନାକୁ ବଳ ଦେବାରେ ଏହା ଯଥେଷ୍ଟ ସହାୟକ ହେବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା । ଯାହାକୁ ବାୟୁସେନାରେ ସାମିଲ କରାଯାଇ ସାରିଛି ।

ସେପଟେ ଆଗକୁ ଆସିବାକୁ ଥିବା ରାଫେଲ ଫାଇଟର ଜେଟ୍ ପାଇଁ ଫ୍ରାନସ ଯିବେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣପ୍ରାପ୍ତ ଭାରତୀୟ ପାଇଲଟ୍ । ବାୟୁସେନାକୁ ମୋଟ ୩୬ଟି ଫାଇଟର ଜେଟ୍ ଯୋଗାଇବ ଫ୍ରାନ୍ସ।

You might also like