ଆସନ୍ତାକାଲିଠୁ ଆହୁରି ଶକ୍ତିଶାଳି ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆହୁରି ଶକ୍ତିଶାଳି ହେବ ଭାରତର ବାୟୁସେନା। କାରଣ ଆସନ୍ତାକାଲି ଆଉ ୩ ରାଫେଲ୍‌ ଯୁଦ୍ଧ ବିମାନ ବାୟୁସେନାକୁ ମିଳିବ। ବୁଧବାର ସନ୍ଧ୍ୟା ସୁଦ୍ଧା ହରିୟାଣାର ଅମ୍ବାଲ ଏୟାର ବେଶ୍‌ରେ ଅବତର କରିବ ଏହି ୩ ଯୁଦ୍ଧ ବିମାନ।

ଜୁଲାଇ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍‌ ଜେଟ୍ସ ଭାରତୀୟ ବାୟୁସେନାକୁ ମିଳିଥିଲା। ସେପ୍ଟେମ୍ବର ୨୮ ତାରିଖରେ ଏଗୁଡ଼ିକୁ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଥିଲା।

ତେବେ ଆସନ୍ତାକାଲି ଆସୁଥିବା ୩ ରାଫେଲ୍‌ ଜେଟ୍‌କୁ ମିଶାଇ ବାୟୁସେନା ପାଖରେ ମୋଟ ୮ଟି ରାଫେଲ୍‌ ଫାଇଟର ବିମାନ ରହିବ। ଆସିବାର କିଛି ଦିନ ଭିତରେ ନୂଆ ୩ ଯୁଦ୍ଧ ବିମାନକୁ କିଛିଦିନ ପରେ କାର୍ଯ୍ୟକ୍ଷମ କରାଇ କାର୍ଯ୍ୟକ୍ଷେତ୍ରରେ ଲଗାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ମିଳିଥିବା ବିମାନଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି। ଲଦାଖର ବିବାଦୀୟ ଅଞ୍ଚଳରେ ଏହି ବିମାନଗୁଡ଼ିକୁ ମୁତୟନ କରାଯାଇଛି।

 

You might also like