ଜମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର

ତିନି ଜୈସି ଇ ମହମ୍ମଦ ଅାତଙ୍କବାଦୀ ନିପାତ

ଜମ୍ମୁ : ଜାମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର। ଗୁଳି ବିନିମୟରେ ତିନି ଜଣ ଜୈସି ଇ ମହମ୍ମଦ ଅାତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି   ରିଅାସି ଜିଲ୍ଲାର ଏକ ଘରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଅାରମ୍ଭ ହୋଇଥିଲା।

ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ  ଡ୍ରୋନ ଓ ଚପରର ସହାୟତା ନିଅାଯାଇଥିଲା।   ଗୁଳିମାଡରେ ନିହତ ହୋଇଥିବା ଅାତଙ୍କବାଦୀଙ୍କ ବୟସ  ୧୮ରୁ ୨୨ବର୍ଷ ବୟସ ମଧ୍ୟରେ।

ଗତକାଲି ଏହି ଅାତଙ୍କବାଦୀମାନେ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଥିଲେ। ତେଣୁ ସେମାନଙ୍କୁ ଧରିବାକୁ ସ୍ୱତନ୍ତ୍ର ଅପରେସନ ଅାରମ୍ଭ କରାଯାଇଥିଲା। ଏହାପରେ ଅାତଙ୍କବାଦୀମାନେ କାକ୍ରିୟାଲ ଅଂଚଳରେ ଜଣଙ୍କ ଘରେ ଲୁଚି ରହିଥିଲେ। ଅାତଙ୍କବାଦୀମାନେ ସେଠାରୁ ଚାଲିଯିବା ପରେ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁରାଏରିଅାକୁ କର୍ଡନ କରି ଅପରେସନ କରାଯାଇଥିଲା। ଗୁଳି ବିନିମୟରେ ଜଣେ ଡିଏସପିଙ୍କ ସମେତ ୮ଜଣ ସୁରକ୍ଷାକର୍ମୀ ଅାହତ ହୋଇଛନ୍ତି।

You might also like
Comments
Loading...