ସୀମାରେ ଉତ୍ତେଜନା: ୨୦ ଦିନ ମଧ୍ୟରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ

ନୂଆଦିଲ୍ଲୀ: ସୀମାନ୍ତରେ ଦେଖା ଦେଇଛି ଯୁଦ୍ଧ ପରିସ୍ଥିତି। ଭାରତ ଓ ଚୀନ୍ ଯବାନଙ୍କ ଗୁଳି ବର୍ଷଣ ଚାଲିଥିବା ସୂଚନା ମିଳିଛି। ଗତ ୨୦ ଦିନ ମଧ୍ୟରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ ଘଟିଥିବା ଜଣାଯାଇଛି।

ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ ତାରିଖ ମଧ୍ୟରେ ଘଟିଥିବା ବେଳେ ୨ୟ ଘଟଣା ସେପ୍ଟେମ୍ବର ୭ରେ ଏବଂ ତୃତୀୟ ଘଟଣା ସେପ୍ଟେମ୍ବର ୮ରେ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ଆରମ୍ଭରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଥିବା ପାଙ୍ଗଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱରେ ଦୁଇ ଦେଶର ଯବାନ ୧୦୦ରୁ ୨୦୦ ରାଉଣ୍ଡ ଗୁଳି ବର୍ଷଣ କରିଛନ୍ତି ଭାରତୀୟ ଯବାନମାନେ ଚୀନ୍ ସେନା ଉପରେ ନଜର ରଖିବା ଲାଗି ଅଗ୍ରସର ହେଉଥିବାବେଳେ ଚୀନ୍ ଯବାନମାନେ ଫାଙ୍କା ଗୁଳି ବର୍ଷଣ କରିଥିଲେ। ଏଣୁ ଭାରତୀୟ ଯବାନମାନେ ଏହାର ଜବାବ ଦେଇ ଓ୍ୱାର୍ଣ୍ଣିଂସଟ୍ ଦେଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି ।

ସେପ୍ଟେମ୍ବର ୧୦ରେ ମସ୍କୋରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟିଙ୍କ ମଧ୍ୟରେ ବୈଠକର କିଛିଦିନ ପୂର୍ବରୁ ଏହି ଗୁଳି ବର୍ଷଣ ହୋଇଥିବା କୁହାଯାଉଛି। ଏହି ବୈଠକରେ ସୀମାରେ ଶାନ୍ତି ବଜାୟ ରଖିବା ଲାଗି ୨ ନେତା ପଞ୍ଚସୂତ୍ର ସହମତିରେ ପହଞ୍ଚିଥିଲେ।

ସେପଟେ ଗତ ସପ୍ତାହରେ ମଧ୍ୟ ଚୀନ୍ ସେନା ପାଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଭାରତୀୟ ସୀମା ଆଡ଼କୁ ମାଡ଼ି ଆସିବା ସହ ଫାଙ୍କାରେ ଗୁଳି ଚଳାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି। ଜୁନ୍ ୧୪ରେ ଗଲଓ୍ୱାନ ଘାଟିରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ତେବେ କିଛି ଦିନ ପୂର୍ବରୁ ଚୀନ୍ ସେନାର ଅତିକ୍ରମଣକୁ ପଣ୍ଡ କରିବାରେ ଏସ୍ଏଫ୍ଏଫ୍ ସଫଳ ହୋଇଥିଲା ।

……

ଆହୁରି ପଢ଼ନ୍ତୁ

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

You might also like